Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract

3  

Chinmaya Nayak

Abstract

ଆତ୍ମଚିନ୍ତା

ଆତ୍ମଚିନ୍ତା

1 min
12K


ଚାରିଆଡେ ଉଚ୍ଚ ଅଟ୍ଟାଳିକା ଦିଶେ

ଘର ଟିଏ ଦିଶୁ ନାହିଁ,

ଲୋକସଁଖ୍ୟା ଆଜି ବଢି ଚାଲିଅଛି

ମଣିଷ ଟେ ମିଳେ ନାହିଁ ।


ଦାମୀ ପୋଷାକରେ ଆଚ୍ଛାଦିତ ହୋଇ

ନିଜକୁ କେତେ ସଜାଉ,

ମନ ଭିତରେ ଯେ ଅସଂଖ୍ୟ ବିକାର

ସାଧନ୍ତି ଜୀଵନେ ଦାଉ ।


ଗମନାଗମନ ପାଇଁ ସବୁଆଡେ 

ଦିଶୁଥାଏ ରାଜପଥ,

ମଣିଷ ଆଜି ସୁପଥ ଭୁଲିଛି

ବାଛି ନେଇଛି କୂପଥ ।


ଅସଂଖ୍ୟ ମନ୍ଦିର ଗଢି ଉଠୁଅଛି

ଚାକଚକ୍ୟ ସାଜସଜ୍ଜା,

ଅନ୍ତର ମନ୍ଦିରେ ଅନ୍ତର ଦେବତା

ରହିଅଛନ୍ତି ଯେ ଅପୂଜା ।


ବଞ୍ଚିବା ପାଇଁକି ଦିନ ରାତି ଆମେ

କେତେ ଯେ ସଂଗ୍ରାମ କରୁ,

କେମିତି ବଞ୍ଚିଛୁ ବୁଝି ତ ହୁଏନା

ପ୍ରତି କ୍ଷଣ ଆମେ ମରୁ । 


Rate this content
Log in

Similar oriya poem from Abstract