STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଚାଲିବାକୁ ଅଛି ବହୁଦୂର

ଚାଲିବାକୁ ଅଛି ବହୁଦୂର

1 min
11.7K

ଏଠି ଥକିବାକୁ ମନା, 

ଅଟକିବା ମନା,

ନିଦ ଆସିଗଲେ ଶୋଇବାକୁ ମନା। 

ଏଠି ଠକିବାକୁ ମନା, 

ଠକାମୀ ବାରଣ,

କାଲି ସୁଝୁଥିବ ବାକି ଥିବା ଋଣ। 

ଏକା ଏକା ନୁହେଁ, 

ଚାଲିବାକୁ ହେବ,

ସାଥେ ଧରି ଯେତେ ବନ୍ଧୁ ଓ ବାନ୍ଧବ। 

କିଏ ସାଥେ ଚାଲେ, 

କିଏ ହାତ ଛାଡ଼େ,

ତଥାପି ଭିଡ଼ରେ ଚାଲିବାକୁ ପଡ଼େ। 

ଦିଶେନାହିଁ ପଥ, 

ଧୂମ୍ର କୁହୁଡ଼ିରେ,

ପାଦ ଭିଡ଼ିନିଏ ଭାଗ୍ୟ ତା ସାଥିରେ। 

ଧୁମିଳ ପରଦା, 

ଦିଏ ସଦା ବାଧା,

ସେପାଖ ଦରଜା ସଦା ଥାଏ ମୁଦା।

ଅତୀତର ସ୍ମୃତି, 

ବର୍ତ୍ତମାନ ସ୍ଥିତି,

ଭବିଷ୍ୟତ ଏକ ଅନିଶ୍ଚିତ ତିଥି। 

କେବେ ହସଫୁଲ, 

କେବେ ଲୁହ ଝର,

ଜୀବନ ସତେ କି ଏକ ନିଆଁ ଝୁଲ।

ଏଠି ଜିତିବା ଗୌରବ, 

ହାରିବା ଗୁଜବ,

ଆଙ୍ଗୁଳି ନିର୍ଦେଶ ପୁରୁଣା ସ୍ଵଭାଵ।

ଜୀବନର ହାଟ, 

ଆର ଘଡ଼ିକୁ ନିଅଣ୍ଟ,

ଚାଲିବାକୁ ବାକି ଅଛି ବହୁ ବାଟ।

କେଜାଣି ଘୋଟିବ, 

କେବେ ଘୋର ନିଶି

ବେଳ ବୁଡ଼ିବା ଆଗରୁ ପହଞ୍ଚିବା ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract