STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶକ୍ତିର ପ୍ରତିମୂର୍ତ୍ତି

ଶକ୍ତିର ପ୍ରତିମୂର୍ତ୍ତି

1 min
647

ଯୁଗେ ଯୁଗେ ଗୁଞ୍ଜେ ଶକ୍ତି ମହିଳାଙ୍କ ଗୁଞ୍ଜୁ ଥିବ ଚିରକାଳ,

ଧର୍ଯ୍ୟ ପ୍ରତିମୂର୍ତ୍ତି ଶକ୍ତି ପ୍ରତିମୂର୍ତ୍ତି କର୍ତ୍ତ୍ୟବରେ ସବୁକାଳ।


ଓଡ଼ିଆ ମହିଳା ରମାଦେବୀ ନାମ ପ୍ରଥମ ସଂଗ୍ରାମୀ ସେହୁ,

ଜନ୍ମନେଇଥିଲେ ନରିଲୋ ଗାଆଁରେ ଥିଲେଦେଶଭକ୍ତ ସେହୁ।


ଜଗତସିଂହପୁର ଜିଲ୍ଲା ତାଙ୍କର ରାଷ୍ଟ୍ର ଭକ୍ତି ହିଁ ସର୍ବାଙ୍ଗେ

୧୯ ଅଗଷ୍ଟର ୧୯୦୪ ରେ ହିଁ ଜନମ ଧରଣୀ ଅଙ୍ଗେ।


ମୃତ୍ୟୁଟି ତାଙ୍କର ଚାରି ଅକ୍ଟୋବର ୧୯୮୬ ମସିହାରେ,

ଉତ୍କଳ ମହିଳା ରଖି ଗଲା ନାମ ଚିରକାଳ ହିଁ ମହିରେ।


ଇଂରେଜ ଅଧିନେ ଥିଲା ଏ ଭାରତ ନ୍ୟାୟ ପାଇଁଆନ୍ଦୋଳନ, 

ନ୍ୟାୟ ସାମାଜିକ ମିଳୁ ମହିଳାଙ୍କୁ ତାହା ପାଇଁ ଆନ୍ଦୋଳନ।


ରାଜନୈତିକରେ ଅଧିକର ମିଳୁ ଏବେ ମହିଳାଙ୍କୁ ଆମ

କଲେ ଏକତ୍ରିତ ମହିଳାଙ୍କ ଗୋଷ୍ଠୀ ଭରିଲେ ସ୍ବାଧୀନ ଦମ୍ଭ।


ଗୁଞ୍ଜିଲାଟି ଶକ୍ତି ମହିଳାଙ୍କ ନିତ୍ୟେ ଆନ୍ଦୋଳନ ହିଁ ପ୍ରଖର,

ମାଳତୀ ଗୋଦାବରୀ ସହଯୋଗରେ ଅଭିଯାନଟି ପ୍ରଖର।


ଲବଣ ସତ୍ୟାଗ୍ରହେ ଭାଗ ନେଲେଟି ଗାନ୍ଧୀଙ୍କରସତ୍ୟାଗ୍ରହେ,

ପାଇଁ ସ୍ବାଧୀନତା ପ୍ରଖର କଲେଟି କରିଲେଟି ସତ୍ୟାଗ୍ରହେ।


ଜେଲଦଣ୍ଡ ମଧ୍ୟ ହେଲା ଟି ତାଙ୍କରେ ଇତିହାସ ରହିଅଛି,

ମହିଳାଙ୍କ ଶକ୍ତି ଗୁଞ୍ଜିଲା ମହିରେ ନିତ୍ୟେ ସ୍ମୃତିହିଁ ଗୁଞ୍ଜୁଛି।


ନାରୀ ଶକ୍ତିଶାଳୀ ଧର୍ଯ୍ୟର ପୂଜାରୀ ଜଗତ ଜନନୀ ସେହୁ,

ନାହିଁ ପଟାନ୍ତର ଶକ୍ତି ମହିଳାଙ୍କ ମଧ୍ୟ ଜନ୍ମଦାତ୍ରୀ ସେହୁ।


ଦଶ ମାସ ଗର୍ଭେ ଧରିଣ ସନ୍ତାନେ ଜନ୍ମ କରେ ହିଁ ମହିଳା,

ନାହିଁ ପଟାନ୍ତର ଶକ୍ତି ଜନନୀର ସର୍ବୋପରି ହିଁ ମହିଳା।


ଗୃହ କାର୍ଯ୍ୟ କରେ କଷ୍ଟକୁ ସହିଣ ଥାଏ ମୁଖେ ମୃଦୁଭାଷ,

କରୁଥାଏ ସେବା ଗୃହର ଜନଙ୍କୁ ସବୁ ବେଳେ ହସ ହସ।


ରଖେ ଗୃହ କାର୍ଯ୍ୟେ ସମଭାବ ମନ୍ତ୍ରେ ଅତିଥି ସେବା ହିଁ ତହିଁ,

ଭକ୍ତି ଜଗନ୍ନାଥେ ରଖେ ନିରନ୍ତରେ ଦୁଃଖ ହିଁ ମନରେ ନାହିଁ।


ସାରି ଗୃହକାର୍ଯ୍ୟ କାର୍ଯ୍ୟକ୍ଷେତ୍ରେ କାର୍ଯ୍ୟ କର୍ତ୍ତବ୍ୟଧରିଣ ହସ୍ତେ,

ଗୁଞ୍ଜେ ସବୁକ୍ଷେତ୍ରେ ମହିଳାଙ୍କ ଶକ୍ତି କର୍ମ ଅସ୍ତ୍ର ଧରି ହସ୍ତେ।


ନାରୀ ନାରାୟଣୀ ଶକ୍ତିରେ ଭୂଷଣ ଗୁଞ୍ଜୁଥିବ ସବୁଯୁଗେ

ଶକ୍ତି ବର୍ଣ୍ଣିବାର ନାହିହିଁ କାହାରେ ଗୁଞ୍ଜୁଅଛି ନୂଆ ଯୁଗେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract