STORYMIRROR

Prasant Nath

Abstract

4  

Prasant Nath

Abstract

ନେତ୍ରେ ଆଙ୍କେ ଛଵି କବିତା ଲେଖେ କଵ

ନେତ୍ରେ ଆଙ୍କେ ଛଵି କବିତା ଲେଖେ କଵ

1 min
549

ମନରେ ଭାବଇ ନେତ୍ରରେ ଆଙ୍କଇ

  ହସ୍ତରେ ଲେଖେ କବିତା

ଭାବନା ରାଇଜେ ନେତ୍ର ପଖାଳଇ

  ହୃଦୟକୁ କରି ଖାତା ।


ଭଵ୍ୟ ଭାବନାରେ ଆଙ୍କି ବସେ ଚିତ୍ର

  ଶବ୍ଦ ବାକ୍ୟ ପଦ ଦେଇ

ଏକ ଏକ ଶବ୍ଦ ହୁଏ ବାକ୍ୟ ଯୁକ୍ତ

  ପଦଟିଏ ଗଢି ଦେଇ। 


ନିରେଖି ଦେଖିଲେ ଭାବନା ରାଜ୍ୟକୁ

  ସୁନ୍ଦର ସେ ଭାଵ ଛଵି

ସେ ଛବିକୁ କଵି ବାସ୍ତଵେ ଲେଖଇ

  ଲେଖନୀ ପରସେ ଭାଵି। 


କବିର ଭାବନା ନୁହେଁ ଛଵି ଯମା

  ଜୀବନ୍ତ ପ୍ରତିମା ଟିଏ

ଶବ୍ଦ ବାକ୍ୟ ମିଶି ପଦଟିଏ ହୁଏ

  କହୁଥାଏ କଥା ସିଏ। 


ଆଖି ସିନା ଆଙ୍କେ ଦେଖିବା ଛବିକୁ

  ଅଦେଖା ଚିତ୍ରକୁ ନୁହେଁ

କବି ଆଙ୍କି ଦିଏ ସୁଦୂର ଚିତ୍ରକୁ

  ଭାବି ତା'ର ମୁହେଁ ମୁହେଁ। 


ଦିବ୍ୟ ଭାବନାରେ ଲେଖନୀ ମୂନରେ

  ଦେଖାଏ ସେ ଜଗତକୁ

ଚିହ୍ନୁକି ନଚିହ୍ନୁ ଦୁନିଆଁ ତାହାକୁ

   ସୃଷ୍ଟି ଟେ ଚିହ୍ନାଏ ତାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract