STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଚାଲି ଗଲା ପ୍ରିୟା

ଚାଲି ଗଲା ପ୍ରିୟା

1 min
250


ଚାଲି ଗଲା ପ୍ରିୟା ମୋର ଦୂର ରାଇଜକୁ

ଦୁଃଖ ଦେଇଗଲା ମୋତେ ବାହା ବେଦିକୁ

କଥା ଦେଇଥିଲା ହେବ ସେ ନିଜର ମୋର

ସାତ ଜନ୍ମ ପାଇଁ ସାଥେ ଥିବ ସେ ମୋର

ଆଉ କିଏ ତା ମଥାରେ ସିନ୍ଦୁର ଦେଲା

ପ୍ରିୟାକୁ ମୋର ମୋ ଠାରୁ ଛଡାଇ ନେଲା

କେତେ ଦିନ ସାଥି ହୋଇ ରହିଥିଲୁ

କେତେ ଜାଗା ସାଥି ହୋଇ ବୁଲିଥିଲୁ

ଆଜି ସେ ଆଉ କାହାର ହୋଇଯିବ

ନୂଆଁ ସଂସାର ଗଢ଼ିବ ମୋତେ ପର କରିଦେବ

ତୁ ଆଜି ବିବାହ ବେଦିରେ ବସି ହସୁ ଅଛୁ

ଦିନୁଟେ ମୋ କଥା କେବେ ନ ଭାବି ଛୁ

ତୋ ବିନା କେମିତି ଦିନ କାଟିବି ମୁହିଁ

ମୋ ପ୍ରିୟା ଚାଲି ଗଲୁ କହ କାହିଁ ପାଇଁ

ତୁ ସିନା ସୁଖରେ ରହିବୁ ମୋତେ ଭୁଲି

ତୋ ପାଇଁ ମୁଁ ବରବାଦ୍ ହେଇ ଗଲି

ତୁ ହସି ହସି ଶାଶୁ ଘର ଚାଲିଯିବୁ

ମୋତେ ଛାଡି ଆଉ କାହାର ହୋଇବୁ

ମୋ ଆଖିରେ ଲୁହ ତୁ ଦେଇ ଗଲୁ

ମୋ ଜୀବନରୁ ଦୁରେଇ ଯାଇଥିଲୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract