STORYMIRROR

Subhalaxmi Nayak

Abstract

4  

Subhalaxmi Nayak

Abstract

ସାବିତ୍ରୀ

ସାବିତ୍ରୀ

1 min
914

ଅଜଣା ହୋଇ ରହିବାକୁ ସେ ଭଲପାଏ

ନା ସିଏ ଅନାମିକା ନୁହେଁ....

ମାୟା ମୋହ ଠାରୁ ସେ ବହୁତ ଦୂରରେ

ନା ସିଏ ବୈରାଗ ଦାସୀ ନୁହେଁ....

ପ୍ରକୃତିର କୋଳରେ ମୁଣ୍ଡ ରଖି ସିଏ

ତା'ର ମନର କୋହକୁ ପାଶୋରି ଦିଏ।


କାହ୍ନୁ ପ୍ରେମରେ ସେ ବିରହିଣୀ

ଘୁଙ୍ଗୁର ବାନ୍ଧି ସେ ପାଲଟେ ରାଧାରାଣୀ

ଚନ୍ଦନ ବଦନେ ଶୃଙ୍ଗାର କରି

ମଥାରେ ସୁଦୃଶ୍ୟ ନାଲି ସିନ୍ଦୂର ନାଇ

ଗଭାରେ ଗଜରା ମାଳ ଶୋଭାପାଏ

ଷୋହଳ ଶୃଙ୍ଗାର କରି ସେ ଧାଇଁ ଯାଏ

ଶ୍ରୀମନ୍ଦିରେ ପରା ତା'ର ନାଥ ଅପେକ୍ଷାରେ!


ଇହକାଳ ପର କାଳର ଆରାଧ୍ୟ ସ୍ୱୀକାରେ

ସେବା କରି ଲୋଟେ ସେ ତାଙ୍କ ଶ୍ରୀପୟରେ

ସତେ କି ସତୀ ସାବିତ୍ରୀ ସିଏ

କାଳିଆର ଦେବଦାସୀ ସିଏ,

କାଳିଆର ଦେବଦାସୀ ସିଏ....ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract