STORYMIRROR

Gangotri Priyadarshini

Abstract Inspirational

4  

Gangotri Priyadarshini

Abstract Inspirational

ଈଶ୍ୱର

ଈଶ୍ୱର

1 min
1.3K


କେହି କହୁଥିଲା ସର୍ବବ୍ୟାପୀ ସେ

ସର୍ବ ଶକ୍ତିମାନ ସେ

ସେଥିପାଇଁ ସେ ଈଶ୍ୱର

ଏକ ପାଖିଆ ପ୍ରାର୍ଥନା, ଅଭିମାନ

ଆକୁଳ ନିବେଦନ, ଅଶ୍ରୁଳ ନୟନ 

ଦୁଃଖୀ କୁ ଦୁଃଖର ବରାଦ

ସୁଖୀ କୁ ସୁଖର ସୁଆଦ

ନଶୁଣିଲେ ବି ସେ 

କେହି ହୁଏନା ତା ପାଖେ ଫେରାଦ 

ମୁଁ ବି ମାନିଛି ଈଶ୍ୱର

ହୃଦୟରେ ସଜା ମୋର ତା ପାଇଁ ମନ୍ଦିର

ଆଜୀବନ ଖୋଜି ଚାଲିଥିବି ତାଙ୍କୁ

କାନ ଡେରି ଥିବି ଶୁଣିବାକୁ ଇଶ୍ୱରୀୟ ସ୍ୱର 

ଶ୍ରେଷ୍ଠ ଆମ ତୁମ ଭିତରେ  

ଉତ୍କୃଷ୍ଟ ଅନ୍ଧାର ଆଲୋକରେ

ବିକଳ୍ପ ସେ କଳ୍ପ ଅଳ୍ପରେ

ଈଶ୍ୱର ସେ ନିଃଶ୍ୱାସ ବିଶ୍ଵାସରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract