STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବର୍ଣ୍ଣିବାକୁ ଅସମ୍ଭବ

ବର୍ଣ୍ଣିବାକୁ ଅସମ୍ଭବ

1 min
319


ବିଭିନ୍ନ ରୂପରେ ଆବିର୍ଭାବ ଯାର

 ମହିଳା ହିଁ ଏହୁ ଭବେ

ଥାଏ ଦିନେ ସେହୁ ପୁତ୍ରୀ ରୂପ ହୋଇ

  ଭାଇର ଭଉଣୀ ଭବେ।


ଭାଇ ଭଉଣୀର ପବିତ୍ର ସମ୍ବନ୍ଧ

  ପଟାନ୍ତର ନାହିଁ ଯାର,

ରାକ୍ଷୀ ବାନ୍ଧି ଦିଏ ଭାଇର ହସ୍ତରେ

  ଅତୁଳ ସମ୍ବନ୍ଧ ତାର।


ଭାଇର ମଙ୍ଗଳ କାମନାଟି କରେ

  ଭାଇ ଦିଏଟି ବଚନ,

ଜୀବନ ସାରା ସେ ସୁରକ୍ଷା କରିବ

  ଭାଇର ଏହୁ ବଚନ।


ପୁଣି ଦିନେ ସେହୁ ପତ୍ନୀ ରୂପ ହୋଇ

  ଶାଶୁ ଘରେ ଚାଲି ଯାଏ,

ଆଦର୍ଶ ମହିଳା ହୋଇ ଶାଶୁ ଘରେ

  ଗୃହ ଲକ୍ଷ୍ମୀ ହୋଇ ଯାଏ।


ଶାଶୁ ଓ ଶଶୁରେ ନିରନ୍ତର ଭକ୍ତି

  ସେବୁ ଥାଏ ନିତ୍ୟେ ତାଙ୍କୁ,

ପତିପତ୍ନୀ ପ୍ରେମ ହୁଅଇ ପ୍ରଗାଢ

  ବାନ୍ଧେ କର୍ତ୍ତବ୍ୟେ ତାଙ୍କୁ।


ଗୃହ ଓ ସଂସାର ହୁଏ ଶୁଭାରମ୍ଭ

   ପ୍ରେମ ନିସ୍ବାର୍ଥର ତହିଁ,

ଦୁହେଁ କର୍ମକ୍ଷେତ୍ରେ ସହଭାଗୀ ହୋଇ

   କର୍ମ କରୁଥାନ୍ତି ଯହିଁ।


ନିସ୍ବାର୍ଥ କର୍ମରେ କର୍ମ କରୁଥାଏ

  ଆଦର୍ଶ ମହିଳା ହୁଏ,

କର୍ମକ୍ଷେତ୍ରେ ତାର ନଥାଏଟି ସ୍ବାର୍ଥ

  ଆଦର ତାହାର ହୁଏ।


ଗୃହ କାର୍ଯ୍ୟେ ଥାଏ ମନ୍ତ୍ର ସମଭାବ

   ନାହିଁ ଭେଦଭାବ ତହିଁ,

ନାରୀ ଶକ୍ତିମୟୀ ଧର୍ଯ୍ୟରେ ଭୂଷଣ

   ନାହିଁ ପଟାନ୍ତର କାହିଁ।


ଦଶ ମାସ ଗର୍ଭେ ଧରିଣ ସନ୍ତାନେ

   ଅତି କଷ୍ଟେ ଜନ୍ମ ଦିଏ,

ମୁଖକୁ ଦେଖିଣ ସନ୍ତାନେ ତାହାର

   କଷ୍ଟ ସବୁ ଭୁଲି ଯାଏ।


ଆଦରେ ପାଳେସେ ସନ୍ତାନେ ତାହାର

   ଖୁସି ଓ ଆନନ୍ଦେ ତାକୁ,

ଶିକ୍ଷିତ କରେ ସେ ଦେଇ ମାତୃପ୍ରେମ

   ନକରେ ଚିନ୍ତିତ ତାକୁ।


ଚିନ୍ତା ପତିପତ୍ନୀ ନିରନ୍ତରେ ଥାଏ

   ସନ୍ତାନ ଶିକ୍ଷିତ ହେଉ,

ଭଲ ହିଁ ମନୁଷ୍ୟ ହୋଇଣ ରାଷ୍ଟ୍ରରେ

   ଆଦର ସୁନାମ ପାଉ।


ପଦାର୍ପଣ କରେ ଆଇ ବୁଢୀ ରୂପେ

   ଏହୁତ ମହିଳା ରୂପ,

ଗପ କହୁଥାଏ ନାତି ନାତୁଣୀଙ୍କୁ

   ବୃଦ୍ଧ ମହିଳର ରୂପ।


ନୂଆ ଭାରତରେ ସବୁ କ୍ଷେତ୍ରେ ଆଜି

   ମହିଳା ହିଁ କାର୍ଯ୍ୟରତ,

ଶକ୍ତିମୟୀ ସେହୁ କରୁଣାମୟୀ ଭି

   ସୁରକ୍ଷାରେ କର୍ଯ୍ୟରତ।


ନାରୀ ହିଁ ଜନନୀ ନାରୀ ହିଁ ଭଗିନୀ

   ନାରୀ ପରା ପତ୍ନୀ ରୂପ,

ଆଇ ବୁଢୀ ନାରୀ ଗପ କହିଦିଏ

   ନାରୀର ଅପୂର୍ବ ରୂପ।


ଗୃହେ ଗୃହ ଲକ୍ଷ୍ମୀ ଗୁଞ୍ଜେ ନାମ ତାର

   ନାରୀ ନାରାୟଣୀ ମଧ୍ୟ,

ଶକ୍ତିମୟୀ ସେହୁ ଜନ୍ମଦାତ୍ରୀ ହେହୁ

   ଶକ୍ତି ସ୍ବରୂପା ଭି ମଧ୍ୟ।




Rate this content
Log in

Similar oriya poem from Abstract