STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
378


ରଙ୍ଗର ପର୍ବଟି ଆସେ ଧିରେଧିରେ

  ଜନମନ ଉତ୍ସାହିତ

ପରା ହୋଲି ରଙ୍ଗ ଭାବନାର ରଙ୍ଗ

  ଖୁସି ଆନନ୍ଦେ ଜଡ଼ିତ।


ଲାଲ୍ ରଙ୍ଗ ପରା ପ୍ରେମର ରଙ୍ଗଟି

  ଦେଉ ଥାଏ ଅଙ୍ଗେ ବୋଳି,

ରଙ୍ଗ ଭରି ଦିଏ ଅତି ଆନନ୍ଦରେ

  ଲାଲ୍ ରଙ୍ଗେ ପ୍ରେମ ବୋଳି।


ପ୍ରତିବଦ୍ଧତା ହିଁ ପବିତ୍ର ପ୍ରେମର

  ଦ୍ବାପର ଯୁଗର ହୋଲି,

ପବିତ୍ର ପ୍ରେମର ଗୋପପୁର ହୋଲି

  ତହିଁ ନାଲି ରଙ୍ଗେ ହୋଲି।


ରାଧା କୃଷ୍ଣ ହୋଲି ଦ୍ବାପର ଯୁଗରେ

  ଦିଏସେ ପ୍ରେମ ସନ୍ଦେଶ,

ଗୋପପୁର ଦାଣ୍ଡ ପ୍ରେମ ଭକ୍ତି ଶ୍ରଦ୍ଧା

  ପ୍ରେମର ଦିଏ ସୁଭାଷ।


ନିସ୍ବାର୍ଥ ପ୍ରେମର ଥିଲା ସେହୁ ହୋଲି

  ପ୍ରେମ ଶ୍ରଦ୍ଧା ଭକ୍ତି ତହିଁ,

ନାହିଁ ପଟାନ୍ତାର ବ୍ରହ୍ମାଣ୍ଡ ଭିତରେ

  ହୋଲି ନାଲି ରଙ୍ଗ ଯହିଁ।


ଗୋପପୁର ଦାଣ୍ଡେ ପ୍ରେମର ଗୁଞ୍ଜନ

  ପବିତ୍ର ହୋଲିରେ ଯହିଁ,

ଶ୍ରଦ୍ଧା ଭକ୍ତି ତହିଁ ଗୁଞ୍ଜେ ଆନନ୍ଦରେ

  ବର୍ଣ୍ଣିବାକୁ ଶକ୍ତି କାହିଁ।


ଫାଲଗୁନ ମାସ ପୂର୍ଣ୍ଣିମାର ଠାରୁ

  ହୋଲିର ହିଁ ଶୁଭାରମ୍ଭ,

ମାର୍ଚ୍ଚ ସତରଟି ହୋଲିକା ଦହନ

  ହେବଟି ହୋଲି ଆରମ୍ଭ।


ହେବ ମୂହୁର୍ତ୍ତରେ ହୋଲିକା ଦହନ

  ପାଞ୍ଜିକର ଅନୁସାର,

କରି ବଳିଦାନ ମନ୍ଦକୁ ହୃଦରୁ

  ରଙ୍ଗ ପର୍ବେ ସରୋବର


ଏହୁ ନାଲି ରଙ୍ଗ ପତ୍ନୀ ବୋଳୁ ଥିବ

  ପ୍ରୀୟ ପତିର ସର୍ବାଙ୍ଗେ,

ପତି ବୋଳି ଦେବ ପ୍ରେମ ଶ୍ରଦ୍ଧା ରଙ୍ଗେ

  ଧର୍ମ ପତ୍ନୀର ସର୍ବାଙ୍ଗେ।


ନାଲି ରଙ୍ଗ ଏହୁ ପ୍ରେମ ଭରି ଅଛି

  ପ୍ରେମ ଶ୍ରଦ୍ଧା ଅଛି ତହିଁ

ରଙ୍ଗ ନୁହେଁ ଏହୁ ପ୍ରେମର ବନ୍ଧନ

  ଖୁସି ଆନନ୍ଦରେ ଯହିଁ।


ଚାରି ଆଡ଼େ ଖାଲି ରଙ୍ଗର ଉତ୍ସବ

 ରଙ୍ଗ ବୋଳୁ ଥିବେ ପ୍ରେମେ,

ବାଦ୍ୟ ବାଜୁ ଥିବ ତାଳେ ତାଳେ ତହିଁ

 ଖୁସି ଓ ଆନନ୍ଦ ପ୍ରେମେ।


ବାଳକଙ୍କ ଖୁସି କହିଲେ ନ ସରେ

  ରଙ୍ଗ ପିଚକାରୀ ଧରି,

ଏକ ଆରେକକୁ ରଙ୍ଗ ଦେଉଥିବେ

  ଉତ୍ସାହ ମନରେ ଭରି।


ଏକତ୍ରିତ ମନ୍ତ୍ର ଦିଏ ହୋଲି ପର୍ବ

  ନରୁହେ ଟି ଭେଦଭାବ,

ଖୁସି ଓ ଆନନ୍ଦେ ରଙ୍ଗ ସରୋବର

  ରହି ଥାଏ ପ୍ରେମ ଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract