STORYMIRROR

Gangotri Priyadarshini

Abstract

4  

Gangotri Priyadarshini

Abstract

ଶୀତ ସନ୍ଧ୍ୟାରେ ଦିନେ

ଶୀତ ସନ୍ଧ୍ୟାରେ ଦିନେ

1 min
816

ଶୀତ ସନ୍ଧ୍ୟାରେ ବାହାରିଲି ଦିନେ

ଖୋଜି ପାଇବାକୁ ଜୀବନର ମାନେ

ଥଣ୍ଡା ପବନ ମନ କରିଲା ଉଚ୍ଛନ୍ନ

ଆହା ଅପୂର୍ବ ସୁନ୍ଦର ଭୂମି ଗଗନ ।।

ସନ୍ଧ୍ୟା କୁହୁଡି ଗଲି ବାଟ ହୁଡ଼ି

କେତେ ମୂଲ୍ୟବାନ ଜୀବନ ଘଡି

ଅନ୍ଧାର ପଥ ଭୁଲି ଗତିପଥ

ବୁଝି ଗଲି ବଞ୍ଚିବା ଏକ ଶପଥ ।।

କ୍ଳାନ୍ତ ଶରୀର ମୋ ଖୋଜିଲା ସାହାରା

ଘର ଚାରିକାନ୍ଥ ମୋ ପ୍ରିୟ ଆଶରା

ଚାରି ଆଖି ଚାରି ହାତ ପଶରା

କୋଳେଇ ନେବାକୁ କରନ୍ତି ଇଶାରା ।।

ଶୀତ ରାତିର ଏ ଅସରନ୍ତି ଆସର

ଭରେ ଜୀବନେ ଅନୁଭବ ଭରପୂର

ଅଦେଖା ଯାତ୍ରା ଦେଇଯାଏ ବାର୍ତ୍ତା

ମଣିଷ ନିଜେ ନିଜ ଭାଗ୍ୟ ବିଧାତା ।।

ଶୀତ ସନ୍ଧ୍ୟାରେ ବାହାରିଲି ଦିନେ

ନୂଆ ଆଶା ଭରି ମୋର ଏ ଜୀବନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract