STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ମୁଁ ଯୁଦ୍ଧ ସମ୍ମୁଖୀନ ଦେଶଟିଏ

ମୁଁ ଯୁଦ୍ଧ ସମ୍ମୁଖୀନ ଦେଶଟିଏ

1 min
308

ମୁଁ ଭିତଃତ୍ରସ୍ତ ଏକ ଭୂମିଟିଏ

ଆଜି ସାଜିଛି ଅହଂର ବାଜିଟିଏ

କେଜାଣି କି ଲାଭ ପାଆନ୍ତି ଭାଙ୍ଗନ୍ତି

ନିଜେ ଗଢ଼ିଥିବା ଦୁର୍ଗଟିଏ। 

ଜୀବନ କି ଅଟେ ଅସ୍ତ୍ରଟିଏ !

ପଶାପାଲି ପରେ ପଶାଟିଏ !

ଆସ ଦେଖିଯାଅ ଦୁରାବସ୍ଥା ମୋର

ମୁଁ ଯୁଦ୍ଧ ସମ୍ମୁଖୀନ ଦେଶଟିଏ।। 


ଚାହିଁ ମୁଁ ନଥିଲି ଏହା କେବେ

କାୟା ବୃଦ୍ଧି ହେଉ ମୋର କେବେ,

ଏହା ବି ଚାହେଁନା ଅତ୍ୟାଚାରେ କେହି

ଖଣ୍ଡିତ କରୁ ମୋ ଅଙ୍ଗ କେବେ।

ମୁଁ ସ୍ୱଳ୍ପ ସଂକଳ୍ପିତ ଖୁସିଟିଏ

ଛାତି ପାତି ଦେଇଥିବା ୠଷିଟିଏ,

କରନା ମୋ ଧ୍ୟାନ ଭଗ୍ନ ହେ ମନୁଜ

ମୁଁ ମଗ୍ନ ଏକ ଇତିହାସଟିଏ। 


ରକ୍ତ ତୁମ ପାଇଁ ସିନା ପିଳାଖେଳ

ମୁଁ ଚାହେଁନା ହେଲେ ବି ମରୁଥଳ,

ତୁମ ପାଦସ୍ପର୍ଶ ମୋର ଶିହରଣ

ତୁମ ହସ ମୋ ଜୀବନ କୋଳାହଳ।

ମୁଁ ନୁହେଁ ବନ୍ଧା ଏକ ସୀମାଟିଏ

ମୁଁ ପରିବ୍ୟାପ୍ତ ଏକ ଧରାଟିଏ,

ତୁମେ ଯେତେ ଭାଗ କର କରିନିଅ ପଛେ

ମୁଁ ପରିବ୍ୟାପ୍ତ ଦୀର୍ଘଶ୍ବାସଟିଏ। 


ମୋତେ ନିର୍ବାକ ନିଷ୍ପ୍ରାଣ କରିଦେଇ

ମୋର କୁସୁମ କଳିକା ଦଳିଦେଇ

କେଉଁ ସୁଖ ତୁମେ ପାଅ ମୁଁ ଜାଣେନା

ମୋ ନିଶ୍ବାସେ ବାରୁଦ ଭରିଦେଇ। 

ମୁଁ ନିରବ ନିଥର ପ୍ରାଣଟିଏ

ତୁମ ସମ୍ବେଦନାର ମୁଁ ରାଣଟିଏ,

ତୁମ୍ଭ ଶତ୍ରୁତାର ବାଧ୍ୟ ସାକ୍ଷୀ ସାଜେ

ମୁଁ ଶାନ୍ତିର ସଜ୍ଜିତ ବେଶଟିଏ।


ସୀମା ସେପାଖରେ ଧୂଳି ଯେବେ ଉଡ଼େ

ଅତି ଉଲ୍ଲାସେ ମୁଁ ବି ତ କୁଦି ପଡ଼େ,

ସେପାଖ ପବନ ଏ ପାଖ ବତାସେ

ଛାତିରେ ଲଗାଇ ହର୍ଷେ ଭିଡ଼େ। 

ମୁଁ ସତରେ ଅଭାଗା ମହୀଟିଏ,

ଧୂଳି ଧୂସର ସ୍ୱପ୍ନର ରାହୀଟିଏ

ଯୁଦ୍ଧ ବିଗୁଲରେ ଥରି ଉଠୁଥିବା

ମୁଁ ଭୟାର୍ତ୍ତ ଶଙ୍କିତ ତ୍ରାସଟିଏ।


ତୁମେ ପ୍ରଗତି ପଥରେ ସୁସଫଳ

କିନ୍ତୁ ମନୁଷ୍ୟତ୍ୱ ପଥେ ଅସଫଳ,

ନହେଲେ ଏପରି ଅହଙ୍କାର ପାଇଁ

କରନ୍ତନି ନିଜ ମଧ୍ୟେ ଗୋଳ। 

ମୁଁ ହାତ ଠାରୁଥିବା ଡାକଟିଏ

ତୁମ ତପ୍ତ ନିଶ୍ବାସର ସୁଖଟିଏ,

ବେଳ ଥାଉଁ ବୁଝି ଯାଅ ହେ ମାନବ

ମୁଁ ତୁମ ପାଦ ତଳ ଆକାଶଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract