Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Abstract

3  

ତାରାପ୍ରସାଦ ଜେନା

Abstract

ଗୁଣ ଛିଡ଼ିଗଲା

ଗୁଣ ଛିଡ଼ିଗଲା

1 min
198



ଗୁଣନିଧି ଆରେ ଧନୁକୁ ଟଙ୍କାରୁ

ଗୁଣ ଛିଡ଼ିଗଲା ହେଳେ

ଚାଲ ଆମେ ଦୁହେଁ ଲୁଚି ପଳେଇବା

କିଏ ଦେଖିଦେବ କାଳେ !


ଶିକାରକୁ ଆସି ଶିକାର ହେଲାନି

ବୀର ନୁହେଁ ହେଲୁ ଛକା

କଥା ସିନା ବଡ଼ କହୁଥିଲୁ ଭାରି

ନିଜେ ବନିଗଲୁ ବୋକା !


ମନ୍ଦିରକୁ ଯାଇ ବାନା ଚଢ଼େଇବୁ

କରିଥିଲୁ କେତେ ଆଶା

ବିପତ୍ତି ପଡ଼ିଛି ଉଦ୍ଧାରି ପାରୁନୁ

ବାହାରୁନି କାଢୁ ଭାଷା !


ଦିନା କେତେ ଚାଲ ପାଟି ବୁଜିକରି

ଗମ୍ଭୀରାରେ ଥିବା ପଡ଼ି

ଆମ ଥାଟ ବାଟ ଧରିବାନି ନାଆଁ

ସବୁଗଲା ଯେତେ ଛଡ଼ି !


କାନ୍ଦ ବାହାରୁଛି ହସ ମରିଗଲା

ଦୁରୁବଳୁ ହେଉ ପେଲି

ପଛ କଥାମାନ ଆଖି ଆଗେ ନାଚେ

କଷ୍ଟ ପାରୁନାହୁଁ ଭୁଲି !


ପାଗ ଭିଡୁ ଭିଡୁ କଚେରୀଟା ଆହା

ହୋଇଗଲା ପରା ଛୁଟି

ଅକାରଣେ ଆମେ ଦୁଷ୍ଟ ବୁଦ୍ଧି କରି

ନିଜ ଭାଗ୍ୟ କଲୁ ମାଟି !



Rate this content
Log in

Similar oriya poem from Abstract