ମନର ବହିକୁ ଧରି ବାନ୍ଧିଛି ଘର
ମନର ବହିକୁ ଧରି ବାନ୍ଧିଛି ଘର


ମନର ବହିକୁ ଧରି ବାନ୍ଧିଛି ଘର
ଆଦର ଆଖିରେ କାଳେ ହେବିନି ପର
.......ମନର ବହିକୁ ଧରି ବାନ୍ଧିଛି ଘର ! ୦ !
ଖୋଲିକି ପଢ଼ିବ କିଏ ସହଜ ପୃଷ୍ଠା
ସେତିକି ସୁଖର ପ୍ରେମ ମିଳୁନି ନିଷ୍ଠା
ଦ୍ବନ୍ଦ୍ବର ନିଃଶ୍ବାସ ମାରେ ମଣିଷ ଛାର
.......ମନର ବହିକୁ ଧରି ବାନ୍ଧିଛି ଘର ! ୧ !
ବିତୃଷ୍ଣା ପାଠକ ଆଜି ବୁଝୁନି ଗଙ୍ଗା
ଆଶାର ଚାଲିଛି ଖାଲି ନିୟତ ଦଙ୍ଗା
ଭାବର ହସକୁ କାନ୍ଦ ଅବୁଝା ଡର
.......ମନର ବହିକୁ ଧରି ବାନ୍ଧିଛି ଘର ! ୨ !
ତଥାପି ଆତ୍ମାର ଡାକେ ରହିଛି ଜୀବ
ଭଲର ଦୁନିଆ ଜଣେ ଭେଟିବା ହେବ
ପାଠକ ସାଙ୍ଗକୁ ଭାଗ୍ୟ ଦେଉନି ଠାର
.......ମନର ବହିକୁ ଧରି ବାନ୍ଧିଛି ଘର ! ୩ !