Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Others

2.0  

ତାରାପ୍ରସାଦ ଜେନା

Others

ସାଗରଟା ଶୁଖିଯାଉ ଆକାଶଟା ଫାଟୁ

ସାଗରଟା ଶୁଖିଯାଉ ଆକାଶଟା ଫାଟୁ

1 min
111



ସାଗରଟା ଶୁଖିଯାଉ ଆକାଶଟା ଫାଟୁ

ଚନ୍ଦ୍ରମାଟା ହାଆଁକରି ଭୂଇଁ ତଳେ ଲୋଟୁ

ପ୍ରେମ ଲାଗି ଶବଦର ନିଅଣ୍ଟଟା ଘଟୁ

..........ସାଗରଟା ଶୁଖିଯାଉ ଆକାଶଟା ଫାଟୁ ! ୦ !


ପର୍ବତଟା ଉଡ଼ିଯାଇ ଶହେ କୋଶେ ପଡୁ

ପାଳଭୂତ ନାଚୁଥାଉ ଫସଲଟା ପୋଡୁ

ପଦ ଆଉ ଯତିପାତ ସୁର ତାଳ ହଟୁ

..........ସାଗରଟା ଶୁଖିଯାଉ ଆକାଶଟା ଫାଟୁ ! ୧ !


ଦୁନିଆଟା ହୋଇଯାଉ ଅଳୀକର ହେତୁ

ଭାବନାଟା ଲୋଡ଼ା ନାହିଁ ଭାବକରା ସେତୁ

ଆପଣାର ଓଲାପଣ ନିନ୍ଦା ସିନା ରଟୁ

..........ସାଗରଟା ଶୁଖିଯାଉ ଆକାଶଟା ଫାଟୁ ! ୨ !


ସପନର ମାୟା ଖେଳ ନିଆଶାକୁ ଘେରୁ

କୁହୁକଟା ଖୋଲା ମେଲା ଦର୍ଶନକୁ ଘାରୁ

ମୂର୍ଖ ଆଉ ପଣ୍ଡିତରେ କବିପଣ ଖଟୁ

..........ସାଗରଟା ଶୁଖିଯାଉ ଆକାଶଟା ଫାଟୁ ! ୩ !


Rate this content
Log in