ଅବ୍ୟକ୍ତ ଯନ୍ତ୍ରଣା
ଅବ୍ୟକ୍ତ ଯନ୍ତ୍ରଣା
ଜୀବନ ଦେଇଛି ଅବ୍ୟକ୍ତ ଯନ୍ତ୍ରଣା
ସପନ ଦେଇଛି କୋହ
ସମ୍ପର୍କ ଦେଇଛି ଅକୁହା ଆଘାତ
ପ୍ରଣୟ ଦେଇଛି ଲୁହ
କଲମ ଦେଇଛି ଅଦେଖା କାଳିମା
କାଗଜ ଦେଇଛି ବନ୍ଧୁତା
ନିରୋଳା ଦେଇଛି ନିଷ୍ଠୁର ନିର୍ଯ୍ୟାସ
ବଞ୍ଚେଇ ଦେଇଛି କବିତା
କବିତା ସହିତ ବଞ୍ଚୁଥବା ବେଳେ
ଜୀବନ ଚାହିଁଛି "ଜିଇଁବା"
"ଜିଇଁବା" ଲୋଭରେ ଯାଯାବର ହେଲି
ପ୍ରାଣ ନେଇ ଗଲା "ପାଇବା"....
ଶବ୍ଦ ହଜିଗଲେ ପାଇଯିବି...
ଅନୁଭବ ଅନୁଭୂତି ରେ ଲୁଚିରହିଲେ
କେବଳ ଯନ୍ତ୍ରଣା ରେ ଦଗ୍ଧୀଭୂତ
କାୟା ଟିଏ ହୋଇ ନିତି କାନ୍ଦି ଥାଏ
ଲୁଚେଇ ଲୁଚେଇ....
ହଁ କାହିଁକି ଏ ଲୁଚକାଳି ???
ସାର୍ବଜନୀନ ହେଉ ଅନ୍ତର ବେଦନା
କାଗଜ ରେ ଆଉ କଲମ ମୁନରେ
ଭାବର ନିର୍ଗତ କାଳୀ ରେ ହୃଦୟ
କାହାଳୀରୁ ... କାହିଁକି ନା ଲୁକ୍କାୟିତ
କଲେ କଳା କାଳେ ମରିଯାଏ ..
ଜଡ଼ତା ଠାରୁ ଜାଗୃତ କରାଇବା ଭଲ ...
ମୃତବତ ବଞ୍ଚିବାଠୁ ବ୍ୟସ୍ତ ହୋଇ ବଞ୍ଚିବା ଭଲ ...
କବି ପ୍ରାଣ କୋହ ରେ ବି କବିତା ଦେଖେ ..
ଶୁଷ୍କତା ରେ ବି ସୁନ୍ଦରତା ଖୋଜେ ...
ଶୂନ୍ୟତା ରେ କରେ ଶବ୍ଦ ର ସନ୍ଧାନ ନୁହେଁ କି ?
ହଁ ଏଇତ ଜୀବନ ...କିଛି କଥା ଆଉ କିଛି ବ୍ୟଥା...