STORYMIRROR

Lalita Mohan Mishra

Abstract Others

3  

Lalita Mohan Mishra

Abstract Others

ଅବ୍ୟକ୍ତ ଯନ୍ତ୍ରଣା

ଅବ୍ୟକ୍ତ ଯନ୍ତ୍ରଣା

1 min
235


ଜୀବନ ଦେଇଛି ଅବ୍ୟକ୍ତ ଯନ୍ତ୍ରଣା

ସପନ ଦେଇଛି କୋହ

ସମ୍ପର୍କ ଦେଇଛି ଅକୁହା ଆଘାତ

ପ୍ରଣୟ ଦେଇଛି ଲୁହ

କଲମ ଦେଇଛି ଅଦେଖା କାଳିମା

କାଗଜ ଦେଇଛି ବନ୍ଧୁତା

ନିରୋଳା ଦେଇଛି ନିଷ୍ଠୁର ନିର୍ଯ୍ୟାସ

ବଞ୍ଚେଇ ଦେଇଛି କବିତା

କବିତା ସହିତ ବଞ୍ଚୁଥବା ବେଳେ

ଜୀବନ ଚାହିଁଛି "ଜିଇଁବା"

"ଜିଇଁବା" ଲୋଭରେ ଯାଯାବର ହେଲି

ପ୍ରାଣ ନେଇ ଗଲା "ପାଇବା"....

ଶବ୍ଦ ହଜିଗଲେ ପାଇଯିବି...

ଅନୁଭବ ଅନୁଭୂତି ରେ ଲୁଚିରହିଲେ 

କେବଳ ଯନ୍ତ୍ରଣା ରେ ଦଗ୍ଧୀଭୂତ

କାୟା ଟିଏ ହୋଇ ନିତି କାନ୍ଦି ଥାଏ

ଲୁଚେଇ ଲୁଚେଇ....

ହଁ କାହିଁକି ଏ ଲୁଚକାଳି ???

ସାର୍ବଜନୀନ ହେଉ ଅନ୍ତର ବେଦନା

କାଗଜ ରେ ଆଉ କଲମ ମୁନରେ

ଭାବର ନିର୍ଗତ କାଳୀ ରେ ହୃଦୟ

କାହାଳୀରୁ ... କାହିଁକି ନା ଲୁକ୍କାୟିତ

କଲେ କଳା କାଳେ ମରିଯାଏ ..

ଜଡ଼ତା ଠାରୁ ଜାଗୃତ କରାଇବା ଭଲ ...

ମୃତବତ ବଞ୍ଚିବାଠୁ ବ୍ୟସ୍ତ ହୋଇ ବଞ୍ଚିବା ଭଲ ...

କବି ପ୍ରାଣ କୋହ ରେ ବି କବିତା ଦେଖେ ..

ଶୁଷ୍କତା ରେ ବି ସୁନ୍ଦରତା ଖୋଜେ ...

ଶୂନ୍ୟତା ରେ କରେ ଶବ୍ଦ ର ସନ୍ଧାନ ନୁହେଁ କି ?

ହଁ ଏଇତ ଜୀବନ ...କିଛି କଥା ଆଉ କିଛି ବ୍ୟଥା... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract