STORYMIRROR

Lalita Mohan Mishra

Classics Fantasy Others

3  

Lalita Mohan Mishra

Classics Fantasy Others

ଶୁଭ୍ର ଦିପାବଳୀ

ଶୁଭ୍ର ଦିପାବଳୀ

1 min
208

ଶ୍ରଦ୍ଧା ସଂକଳ୍ପର ସମୃଦ୍ଧ ସଂସ୍କୃତି

    ଉତ୍କଳୀୟ ପରମ୍ପରା

ପିତୃ ପୁରୁଷଙ୍କ କାହାଣୀ ବଖାଣେ

   ନିଆରା ଆମଏ ଧରା।


ବଢେ ଭାତୃଭାବ ଶୁଭ ଅବସରେ

   ଦୃଢ ସଂମ୍ପର୍କର ଡୋରି

ଅନ୍ୟାୟ ଅନୀତି ଦୁର ହୋଇଯାଏ

  ଆଲୋକର ଦିପାବଳୀ।


ପ୍ରିତିର ପ୍ରଦୀପ ଜାଳିବା ହୃଦୟେ

   ସ୍ମୃତିର ଘୃତକୁ ଦେଇ

ବିଶ୍ବ ଏକ ହେବ ଆମରି ସୁଗୁଣେ

  ପିତୃ ଆଶୀର୍ବାଦ ନେଇ।


ମଙ୍ଗଳ ମନାସୀ ପାଳିବା ଭକ୍ତି ରେ

  ମନେ ପୁର୍ବଜଙ୍କୁ ଧ୍ୟାୟୀ

ଅମା ଅନ୍ଧକାରେ ମାଗିବା ଆଶିଷ

  ଶୁଭ୍ର ଦିପାଳୀ ଲଗାଇ।


ଆତସବାଜିର ନାହିଁ ପ୍ରୟୋଜନ

  ଶାନ୍ତି ର ମଶାଲ ଜାଳି

ଅନ୍ଧକାର ଚିରି ଆଲୋକିତ ହେବ

  ଶୁଭ୍ର ଶୁଭ ଦିପାବଳୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics