STORYMIRROR

Lalita Mohan Mishra

Inspirational

4  

Lalita Mohan Mishra

Inspirational

ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ

1 min
464


ଗଛ ହିଁ ଆମର ଅମୂଲ୍ୟ ଜାବନ

ଗଛ କାଟିଦେଲେ ଜୀବନ ବୈକୁଲ୍ୟ

ଅମ୍ଳଜାନ ବିନା ଆମେ ବ୍ୟାକୁଳ ହବା

ଅକାରଣରେ ଆମ ଜୀବନ ଯିବ ।। 


ଗଛ ଟିଏ ଆମ କେତେ ସାହା ଭରସା

ଦେଉଥାଏ ସେ ତ ଫୁଲ ପତର ଫଳ

ଅଂଶୁଘାତରୁ ରକ୍ଷା କରିଥାଏ ଆମକୁ

ବାଟୋଇର ସେ ସଦା ସାହା ଭରସା ।। 


ସବୁଜ ସୁନ୍ଦର କରେ ପରିବେଶ

ବିହଙ୍ଗ ତା କୋଳେ ନିଅନ୍ତି ଆଶ୍ରୟ 

ଗରମ ଦାଉ ରୁ ରକ୍ଷା ପାଆନ୍ତି ସର୍ବେ

ଜୀବଜନ୍ତୁଙ୍କର ସଦା ଆଶ୍ରୟ ସ୍ଥଳ ।। 


ଗଛଟିଏ ଥିଲେ କେତେ ଆନନ୍ଦ

ରଜ ପରବରେ ଲାଗଇ ମଜା

ମା ପରି ସେ ସମସ୍ତ ଦୁଃଖ ସହଇ

ଆନନ୍ଦେ ପିଲେ ତାଠି ଖେଳନ୍ତି ଦୋଳି ।। 


ଗଛ ଅଟେ ବନ୍ଧୁ ନୁହଇ ସେ କାହାର ଶତ୍ରୁ

ଗଛର ସୁରକ୍ଷା ଆମର ଦାୟିତ୍ୱ

ଗଛ କାଟିବାକୁ ସର୍ବେ କରିବା ବିରୋଧ

ଆମେ ମିଳିମିଶି ସର୍ବେ ଏକାଠି ହେବା ।। 


ଗଛ ପାଇଁ ଆମେ କରିବା ସଚେତନ

ରହିଲେ ଗଛ ତିଷ୍ଟିବ ଏ ଜୀବଜଗତ

ଆସ ସର୍ବେ ମିଶି ଗଛ ଲଗେଇବା

ସୁଖରେ ସର୍ବଦା ଜୀବନ କଟାଇବା ।। 


ନିଶ୍ୱାସ ପ୍ରଶ୍ୱାସ ପାଇଁ ଅମ୍ଳଜାନ

ଜୀବନ କହିଲେ ଗଛ ହିଁ ଜୀବନ 

ଜଙ୍ଗଲ ରହିଲେ ପରିବେଶ ସୁସ୍ଥ

ଜଙ୍ଗଲ ଆମର ରକ୍ଷା କବଚ ।। 


ଗଛ ନ ରହିଲେ ଅମ୍ଳଜାନ ନାହିଁ 

ଅମ୍ଳଜାନ ବିନା ଜୀବନ ନ ତିଷ୍ଠଇ      

ଆମରି ଜୀବନ ଅଛି ଆମ ହାତେ

ଆସ ମିଶି ଆମେ ଗଛ ଲଗାଇବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational