STORYMIRROR

Lalita Mohan Mishra

Abstract

4  

Lalita Mohan Mishra

Abstract

ଚିରନ୍ତନ

ଚିରନ୍ତନ

1 min
336


ଜନମ ମାତ୍ରକେ ମୃତ୍ୟୁ ଏହା ଚିରନ୍ତନ ସତ୍ୟ

ତୁମର ସୁକର୍ମକୁ ସଦା ଝୁରୁଛି ଏ ମର୍ତ୍ତ୍ୟ

ସମସ୍ତଙ୍କର ଆଖିରୁ ଲୁହ ପଡେ ନିଗିଡି

ସେ ଲୁହ ରେ ଧରଣୀ ଟା ଯାଏ ବୁଡି ।।


ତୁମକୁ ଦେଖିଲେ ଲାଗେ ସତେ ଅତି ଆପଣାର

ମୂର୍ତ୍ତୀମନ୍ତ ପ୍ରତିମାଟେ ତୁମ ସତେକି ଦେବୀଙ୍କର

ଦୁଇ ଓଠରୁ ଝରୁଥାଏ ସଦା ଶିଶୁ ସୁଲଭ ହସ

ଦେଖିଲେ ଲାଗଇ ସତେ ଚହଟୁଥିବ କି ସେ ହସ ।।


ଛନ୍ଦ କପଟ କିବା ରାଗ ରୋଷ ନାହିଁ ତୁମର

ସଦା ଜଳୁଥାଏ ତୁମେ ଦାଉ ଦାଉ କରି

ମଥାରେ ତୁମର ଥାଏ ସିନ୍ଦୁର ବିନ୍ଦୁ

ସତେକି କିଏ ସେ ସିନ୍ଦୁର ଦେବୀ ସ୍ବରୀପିଣୀ।।


ଅସୀଣ ମାସର ତୁମେ ପୁନେଇର ଇନ୍ଦୁ

ପାଚିଲା ଫଳ ଉପରେ କାକରର ବିନ୍ଦୁ

ପାଚିବା ପୂର୍ବରୁ ତୁମେ ଅବେଳରେ ଆଗ 

ତୁମେ ଝଡିଗଲା ସମସ୍ତଙ୍କୁ ପର କରି ଆଗ।।


ଏ ନାରୀ ଜାତି ର ତୁମେ ଥିଲ ମଉଡ ମଣି

ତୁମ ଯଶ କିର୍ତ୍ତୀ ସର୍ବତ୍ର ହୋଇଯାଉ ବୁଣି

ଛୋଟ ପ୍ରଣାମଟେ ଘେନ ହେ ମୋର ମାତା

ତୁମ ପାଇଁ ଏ ଭାରତ ହେଉ ସଦା ଗର୍ବିତା...।। 

     

ଝଲସୁ ଥାଉ ତୁମର ସେ ସିନ୍ଦୁର ବିନ୍ଦୁ

ମାୟା ବନ୍ଧନରେ ତୁମେ ହୋଇଛ ସିନ୍ଧୁ

ପରକୁ ଆପଣାର ତୁମେ କରିଥିଲ ସଦା

ତୁମକୁ ହରାଇ ସର୍ବେ ହୋଇଗଲେ ଅନାଥ..।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract