STORYMIRROR

Lalita Mohan Mishra

Others

4  

Lalita Mohan Mishra

Others

ନାରୀ ଜନ୍ମ

ନାରୀ ଜନ୍ମ

1 min
436



କଣ ଭୁଲ ଥିଲା ନାରୀ ଜନ୍ମ କାରୁବାକୀର 

ରାଜଗାଦିର ପରାଜୟ

କାହିଁକି ଚିତ୍ରିତ କଲା ତାକୁ

କ୍ରୀଡନକ ମଗଧ ହାତରେ ? ? ? 


କଣ ଭୁଲ ଥିଲା ନାରୀ ଜନ୍ମ ପାଞ୍ଚାଳିର 

ପଞ୍ଚପତି ମଧ୍ୟେ 

କାହିଁକି ବାଣ୍ଟି ହେଲା 

ତା'ର ସତୀତ୍ୱ ପଣ୍ଡୁବଂଶରେ ? ? ? 


କଣ ଭୁଲ ଥିଲା ନାରୀ ଜନ୍ମ ଜାନକୀର 

ସତୀତ୍ୱ ପରୀକ୍ଷା ଦେଇ 

କାହିଁକି ସମାଧିସ୍ଥ ହେଲା

ବସୁଧା କୋଳରେ  ? ? ? 


କଣ ଭୁଲ ଥିଲା ସତୀ ନାରୀ ଜନ୍ମ ପାର୍ବତୀର

ପିତୃ ଆଳୟେ ସ୍ୱାମୀ ନିନ୍ଦା 

କାହିଁକି ନ ସହି ପାରି

ଆତ୍ମହୂତି ବାଛିନେଲା କରେ ?  ?  ? 


କଣ ଭୁଲ ଥିଲା ନାରୀ ଜନ୍ମ ଯଶୋଧାରାର 

କେଉଁ ଅସହାୟପଣେ

କାହିଁକି ସ୍ୱାମୀ ପରିତ୍ୟକ୍ତା ହେଲା 

ଶ୍ୱଶୁରାଳୟରେ ?  ?  ? 


ଏକପକ୍ଷେ ପରମ ପୂଜ୍ୟ ପୂଜ୍ୟାର ମ

ାନପତ୍ର 

ଅପରପକ୍ଷେ ଶୋଷିତା, ଲାଞ୍ଛିତା ପୀଡିତା 

କାହିଁକି ଯୁଗେ ଯୁଗେ ନାରୀ କ୍ରୀଡନକ ସାଜେ

କାମୁକ, ଲମ୍ପଟ ପୁରୁଷ ରାଷ୍ଟ୍ରରେ  ?  ?  ? 


ତଥାପି ତ୍ୟାଗ ତିତିକ୍ଷାର ମଞ୍ଜି ପୋତି 

ହୃଦୟ ମଧ୍ୟରେ

କାହିଁକି ବେହିସାବୀ ବଳିଦାନ ଦିଏ

ତା 'ଅଶ୍ରୁଳ ଜୀବନରେ ?  ?  ? 


କେତେବେଳେ ପରିବାର କେତେବେଳେ ସ୍ୱାମୀ

କେତେବେଳେ ସନ୍ତାନର ସୁଖରେ 

କେତେବେଳେ ଜନନୀ କେତେବେଳେ ଭଗିନୀ 

କେତେବେଳେ ଜାୟା ରୂପରେ 

କେତେବେଳେ ପୁଣି ମାଟି ମା ' ପାଇଁ 

ବଳିଦାନ ଦେଇପାରେ..... 


ଅୟୁତ ସୁଖକୁ ଅଣଦେଖା କରି 

ଲହୁ ଲୁହର ଜୀବନରେ 

ସ୍ୱ ସ୍ୱାର୍ଥର ଜଳାଞ୍ଜଳି ଦେଇ

ନିଜ ଲୁହ ନିଜେ ପିଇପାରେ.... 


ମୃତ୍ୟୁ କୋଳେ ଶୋଇ

ନୂତନ ସୃଷ୍ଟିର ଜୀବନ୍ୟାସ ଦିଏ,

ମୃତ୍ୟୁବତ୍ ଚରମ ଯନ୍ତ୍ରଣାରେ...... 

ଭୁଲ ଥିଲା କି ତା'ର ନାରୀ ଜନ୍ମ ନେବାରେ.... 


Rate this content
Log in