STORYMIRROR

Lalita Mohan Mishra

Abstract

2  

Lalita Mohan Mishra

Abstract

ପ୍ରେମ ପ୍ରତାରଣା

ପ୍ରେମ ପ୍ରତାରଣା

1 min
612


ପ୍ରେମ ହିଁ ଶାଶ୍ବତ ପ୍ରେମ ହିଁ ସୁନ୍ଦର

ପ୍ରେମ ହିଁ ଅମୃତ ମୟ,

ସୃଷ୍ଟିର ନିୟମ ପ୍ରେମରେ ହିଁ ବନ୍ଧା

ପ୍ରେମମୟ ହିଁ ତ ବ୍ରହ୍ମ


ପ୍ରେମ ପ୍ରତାରଣା ଜୀବନ ଯାତନା

ସହିବାଟା ବଡ କଷ୍ଟ,

ଆଗକୁ ଆଗକୁ ମାଡିବା ଆଗରୁ

କରିନିଅ ସବୁ ସ୍ପଷ୍ଟ


ପୁଅ ହେଉ ଅବା ହେଇଥାଉ ଝିଅ

ପ୍ରତାରଣା ଯେ' ନକର,

ବିଶ୍ୱାସରେ ବିଷ ଦିଅ ନାହିଁ ଜମା

ପ୍ରେମଟିକୁ ପୂଜା କର


ରାଧା କୃଷ୍ଣଙ୍କର ପ୍ରେମ କାହାଣୀଟି

ମନେ କାହିଁ ରଖ ନାହିଁ,

ଏମିତିକା ପ୍ରେମ କରନାହିଁ କେହି

ପାଗଳ ଯେ' ସାଜ ନାହିଁ


ବିଷ ପାନ କରି ଜୀବନ ଦେଉଛ

ପ୍ରେମକୁ ଦଉଛ ବଳି,

କାନ୍ଦେ ଯେ' ଜନନୀ ଆଉ ପରିବାର

ଦିନ କଟେ ଭାଳି ଭାଳି


ଦୁଇଟି ମନର ମିଳନ ହୋଇଲେ

ପ୍ରେମ ଯେ' ଅକ୍ଷୂର୍ଣ୍ଣ ହେବ,

ପ୍ରତାରଣା ଆଉ କେହି କାହାରିକୁ

ଦେବା ପାଇଁ ନ ଭାବିବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract