STORYMIRROR

Lalita Mohan Mishra

Romance

4  

Lalita Mohan Mishra

Romance

ଅନୁତପ୍ତ

ଅନୁତପ୍ତ

1 min
317

ପନ୍ଦର ବର୍ଷ ପରେ ଦେଖା ହୋଇଥିଲା

ଭୁବନେଶ୍ବର ବସ୍ ଷ୍ଟାଣ୍ଡରେ ଦିନେ

କଣେଇ କଣେଇ ଚାହୁଁଥିଲେ ତୁମେ

ପୁଅ ଥିଲା ତୁମ ସାଥିରେ ।।

ଦେଖି ନ ଦେଖିବାର ଅଭିନୟ କରି

ଏପାଖ ସେପାଖ ଚାହୁଁଥିଲ ଖାଲି

ଅମାନିଆ ତୁମ ଆଖି ଦୁଇଗୋଟି

ଅଜାଣତରେ ଫେରୁଥିଲା ମୋ ପାଖରୁ ।।

ଭାବିଲି ଟିକିଏ କରିବି ଇସାରା

ଦେଲି ତୁମ ଆଡେ ଚାହିଁ

ପଛ କଥାସବୁ ନଈବଢି ପରି

ଆସିଲା ମୋ ଆଗେ ଧାଇଁ ।।

ଅନୁତାପ ଭରା ଭଙ୍ଗା ହୃଦୟଟା

କ୍ରୋଧରେ ଗଲା ମୋ ଜଳି

ମନର କୋହକୁ ଚାପି ମୁଁ ଧରିଲି

କିଛି କହିବିନି ବୋଲି ଭାବି ।।

ତୁମର ମୁହଁରୁ ବାରି ହୋଇଯାଉଥିଲା

ଅନୁତପ୍ତ , ପଶ୍ଚାତାପର ଚିହ୍ନ

ପ୍ରତାରିତ ହୋଇଥିବା ବିଷ ଜ୍ବାଳାରେ

ଖାଲି ଜଳୁଥିଲା ମୋ ମନ ।।

ଭଲ ପାଇ ଭୁଲି ଯିବା କଳାରେ

ତୁମେ ହୋଇଗଲ ପାରଙ୍ଗମ

ଅନୁତପ୍ତରେ ଝୁରି ହେଉଥିଲା

ମୋ ମନ.. ତୁମକୁ ଅନାଇଥିଲା... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance