STORYMIRROR

Lalita Mohan Mishra

Others Children

4  

Lalita Mohan Mishra

Others Children

ବିଲୁଆ ନନା ର ବାହାଘର

ବିଲୁଆ ନନା ର ବାହାଘର

1 min
253


ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର

ସଭିଏଁ ମିଶି କରିବେ ବନେ ବିଲୁଆ ବାହାଘର।।


ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ

ଘରକୁ ଘର ଖବର ଦେଇ ଚତୁର କାଉ ରାବେ।।


ସଭା କରିଲେ ସଭିଏଁ ମିଶି କାମ କିପରି ହେବ

କାମ ବାଣ୍ଟିଲେ ନିଜ ଭିତରେ ଖୁସିରେ ଦେଲେ ରାବ।।


ବରଯାତ୍ରୀ ରେ ଆସିଲା ହାତି ବାଘ ପିଠିରେ ଛେଳି

କନିଆଁ ଘରେ ଦେଖି ସଭିଁଙ୍କୁ ମାରିଲେ ହୁଳହୁଳି।।


ବଇଦ ବୁଢା ହନୁମାଙ୍କଡ ସାଜିଲା ପୁରୋହିତ

ଶୁଆ ଶାରି ଓ କୋଇଲି ମିଶି ଗାଇଲେ ବିବାହ ଗୀତ।।


ବିଲୁଆ ନାନି କନିଆଁ ସାଜି ବେଦିରେ ଯାଇ ବସି

ଓଢଣୀ ଫାଙ୍କୁ ଦେଖଇ ବର ମନରେ ହସି ହସି।।


ଟିକେ ବରଷା ଟିକିଏ ଖରା ବିବାହ ଦେଖି ହେଲା

କନିଆଁ ପିତା ସାଜିଣ ବାଘ କନିଆଁ ଦାନ କଲା।।


ଖୁସି ମନରେ ସଭିଏଁ ମିଶି ମାରିଲେ କରତାଳି

ଭୋଜି ଖାଇଣ ଯେଝା ବାଟରେ ଗଲେତ ସବୁ ଚଳି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍