STORYMIRROR

Lalita Mohan Mishra

Romance Classics Others

3  

Lalita Mohan Mishra

Romance Classics Others

ସପନର ସୌଦାଗର

ସପନର ସୌଦାଗର

1 min
254

ସପନର ସୌଦାଗର  

ଯୌବନ ରଙ୍ଗରେ ପ୍ରେମ ପାରାବାରେ ପ୍ରେମର ନାବିକ ହୋଇ 

ଆସିଥିଲ ଦିନେ ଗୋଲାପକୁ ଧରି ପ୍ରେମ ଭିକ୍ଷା ନେବା ପାଇଁ ।। 

କାମନା ବାସନା ଯୌବନ ନିଆଁରେ ସମର୍ପିଲି ମନ ମୋର 

ଅମୃତ ରସକୁ ପିଇସାରି ତୁମେ ଚାଲିଗଲ ବହୁଦୂର ।। 

ସାମାନ୍ୟ କଥନେ ବିଭ୍ରାଟ ହୋଇଲ ପାଦଚିହ୍ନ ଗଲ ଆଙ୍କି 

ଜ୍ୟାମିତିର ରେଖା ଟାଣି ଦେଲ ତୁମେ ଛଳନାରେ ଦେଲ ଫାଙ୍କି ।। 

ରଙ୍ଗହୀନ ଲାଗେ ବଗିଚାର ଫୁଲ ଜହର ସାଜିଛି ପାଣି 

ଯୌବନର ବର୍ଷା ପ୍ରତି ମୂହୁର୍ତ୍ତରେ ଦେଖାଏ ତାହାର ଠାଣି ।। 

ଓଠ ସିନା ତୁନି କଥା କୁହେ ଲୁହ ବହିଯାଏ ଦୁଇ ଧାର 

ପ୍ରେମ ବିଚ୍ଛେଦରେ ଜାମିନୀ ଶେଷରେ ଭିଜାଏ ପଣତ ମୋର ।। 

କେଉଁ ରାଇଜରେ ରହିଗଲ ତୁମେ ସପନର ସୌଦାଗର 

ବିସ୍ମୃତିର ସେହି ପୁରୁଣା କଥାକୁ ସାଉଁଟେ ମୁଁ ବାରମ୍ବାର ।। 

ଆଜିବି ଗୋଲାପ ସାଇତି ରଖିଛି ତୁମ ପ୍ରିତି ହୃଦେ ଧରି 

ବିରହୀ ଏ ମନ କଥାକେ ବୁଝିବ ଅନାୟାସେ ହୁଏ ଝୁରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance