Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract Others

3  

Mamatamanjari Das

Abstract Others

ସଂଘର୍ଷରେ ପୂର୍ଣ୍ଣ ଜୀବନ ଆମ

ସଂଘର୍ଷରେ ପୂର୍ଣ୍ଣ ଜୀବନ ଆମ

1 min
299


ଅଳିକ ଜୀବନ କ୍ଷଣିକ ସମୟ

କିଏ କଣ ପାଇଛି କୁହ

ମଣିଷ ଜୀବନ ସଂଘର୍ଷରେ ପୂର୍ଣ୍ଣ

ଆଖିରେ ଆଖିଏ ଲୁହ ।

ଶିଶୁ ଟିଏ ସଦା ସଂଘର୍ଷରେ ର ତ

ମାଆ ର ଗରଭେ ଥାଇ

କେବେ ସେ ଦେଖିବ ଦୁନିଆ ଆଲୋକ

ସଂଘର୍ଷରେ ମାତି ଥାଏ ।

ବଞ୍ଚିବା ଲୋଭରେ ଏ ମଣିଷ ଜାତି

ସଂଘର୍ଷରେ ଥାଏ ମାତି

ମଣିଷତ୍ୱ ତାର ମୃତ୍ୟୁ ହୁଏ ଏଠି

ପଶୁତ୍ୱ ଉଠଇ ଜାଗି ।

ଧର୍ଷଣ, ଲୁଣ୍ଠନ ଧପ୍ପାବାଜି ଧୂଆଁ

ଆକାଶେ ଯାଇଛି ଘେରି

ସଂଘର୍ଷ ମୟ ଏ ଜୀବନେ ଆଜି

ତନ୍ଦ୍ରା ଯାଇଛି ମାଡି ।

ଆଖି ଖୋଲିଦେଲେ ଉଜ୍ୱଳ ଜୀବନ

ଆଖି ବୁଜିଲେ ଅନ୍ଧାର

ସଂଘର୍ଷ ରେ ମାତି କେହି ଭାବେନାହିଁ

ରକ୍ତ ,ହାଡ ,ମାଂସ ହୁଅଇ ବିନାଶ

ଆତ୍ମା ଯେ ଅଜର ଅମର ।

ସଂଘର୍ଷ ମୟ ଏ ମଣିଷ ଜନମ

ସଂଘର୍ଷ ରେ ହୁଏ ଶେଷ

ଜନମରୁ ଜୁଇ କେବଳ ସଂଘର୍ଷ

ଆଉ ଖାଲି ଅବଶୋଷ ।



Rate this content
Log in

Similar oriya poem from Abstract