STORYMIRROR

Ajita Mishra

Abstract Others

3  

Ajita Mishra

Abstract Others

ଘର

ଘର

1 min
219


ଅବସର ନେବାପରେ

ହାତରେ ଗଢ଼ିଛି

ଧଳା ଚୂନଦିଆ

ଛୋଟଘର ଟିଏ

ଦୁଃଖ ନୈରାଶ୍ୟ

ହା ହତାଶ ରୁ

ମତେ ପାର୍ କରୁଥିବା

ତାଜ୍ ମହଲଟିଏ


ମୁଁ ହାରି ଯାଏନି

ସ୍ୱପ୍ନ ଦେଖେ

ସ୍ଥିତପ୍ରଜ୍ଞ ହୋଇ

ଅମୃତତ୍ୱ ସନ୍ଧାନରେ

ମୋ ଚାରିକାନ୍ଥର

ଚୌହଦୀ ମଧ୍ୟରେ


ସକାଳଠୁ ରାତିଯାକେ

ଧାଉଁ ଥିବା ବାବୁଟିର

ଫେରିବା ପଥକୁ

ଚାହିଁଥାଏ ଘର


ଆଶଙ୍କା ରେ

କ୍ଷତାକ୍ତ ହେଲେବି

ଘର ସମ୍ମୋହିତ କରେ

ସବୁଗ୍ଳାନି ପୋଛିଦିଏ

ସ୍ୱପ୍ନ ର ମାୟାଜାଲରେ












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract