ଘର
ଘର
ଅବସର ନେବାପରେ
ହାତରେ ଗଢ଼ିଛି
ଧଳା ଚୂନଦିଆ
ଛୋଟଘର ଟିଏ
ଦୁଃଖ ନୈରାଶ୍ୟ
ହା ହତାଶ ରୁ
ମତେ ପାର୍ କରୁଥିବା
ତାଜ୍ ମହଲଟିଏ
ମୁଁ ହାରି ଯାଏନି
ସ୍ୱପ୍ନ ଦେଖେ
ସ୍ଥିତପ୍ରଜ୍ଞ ହୋଇ
ଅମୃତତ୍ୱ ସନ୍ଧାନରେ
ମୋ ଚାରିକାନ୍ଥର
ଚୌହଦୀ ମଧ୍ୟରେ
ସକାଳଠୁ ରାତିଯାକେ
ଧାଉଁ ଥିବା ବାବୁଟିର
ଫେରିବା ପଥକୁ
ଚାହିଁଥାଏ ଘର
ଆଶଙ୍କା ରେ
କ୍ଷତାକ୍ତ ହେଲେବି
ଘର ସମ୍ମୋହିତ କରେ
ସବୁଗ୍ଳାନି ପୋଛିଦିଏ
ସ୍ୱପ୍ନ ର ମାୟାଜାଲରେ