STORYMIRROR

Ajita Mishra

Inspirational Others

3  

Ajita Mishra

Inspirational Others

ରଥଯାତ୍ରା

ରଥଯାତ୍ରା

1 min
168

ହଟିଆ ଠାକୁର 

ଆଉ ହଟ ନ କରିବ

ନଗଡି଼ଲେ ରଥ ଦାଣ୍ଡେ

ନାକ କଟି ଯିବ

ଜୀବନ ଯନ୍ତ୍ରଣା ମୟ

ସନ୍ତାପିତ ଆମେ

ଚତୁର୍ଦ୍ଦିଗ ହାହାକାର

ମହାମାରୀ ଭ୍ରମେ

ରକ୍ଷାକର ରକ୍ଷାକର

ଟେକିଦେଲୁ ହାତ

କାରଣ କାର୍ଯ୍ୟ କାରକ

ହେ ଜଗତ ନାଥ

ଥଳକୂଳ ନାହିଁଁ କାହିଁ

ମୁଣ୍ଡରେ ଭରୁଛି ମହୀ

କେ ପୂଜିବ ତୁମକୁ

ହେ ମହାବାହୁ କହି

ଦଦରା ନାବରେ ଉଭା

ହୋଇଅଛୁ ଗର୍ବେ

କ୍ଷମାକର କ୍ଷମାକାରୀ

ଡାକୁଅଛୁ ସର୍ବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational