ଜାଗରେ ଦୁର୍ବଳ
ଜାଗରେ ଦୁର୍ବଳ
ଛିଡାହୁଅ ଆସି ଛିଡାଇ ଶୃଙ୍ଖଳ
ନାହିଁ ଏବେ ଏଠି ବେଳ
କେବେ ତୁମପାଇଁ ଦେବେ ନାହିଁ କେହି
"ଆଚ୍ଛା ଦିନ" ଅବା ସୁନ୍ଦର ସକାଳ ।
ପ୍ରାପ୍ତି ହେବନାହିଁ ଜିନିଷ ସୁଲଭ
ମେଣ୍ଟିବନି ତେଲଲୁଣର ଅଭାବ
ଛାରପୋକ ସମ ଲହୁ ପିଉଥିବେ
ବ୍ୟଭିଚାର ମତ୍ତ ମଦାନ୍ଧ ଶାସକ ।
କାହିଁକି ସହୁଛ ଦୁର୍ବଳ ଜାଗରେ
ଛିଡାଇ ଶୃଙ୍ଖଳ ଉଠ
ନୁହଁ ଭୀରୁ ତୁମେ ବୀର ବଳିୟାର
ଜାଗରେ ଦୁର୍ବଳ ଜାଗ ।
