ବନ୍ଦ କଫିନ୍ରେ ଆତ୍ମା
ବନ୍ଦ କଫିନ୍ରେ ଆତ୍ମା
ଜଞ୍ଜାଳ ଘେରିରେ ଫସିଯାଇ ମୁଁ
ଜାଣି ପାରିଲିନି ଛେଳିର ଅବୟବ ମୋର
କେତେବେଳେ ଯେ କେମିତି କୁକୁର ପାଲଟିଗଲା,
ତିନି ତୁଣ୍ଡରେ ।
ସବୁକିଛିକୁ ବୁଝିଲା ବେଳକୁ
ମୋ ସଚ୍ଚୋଟତା ଶୋଇ ସାରିଥିଲା ଶବ ରୂପରେ
ମଝି ଦାଣ୍ଡରେ,
ବ୍ୟଭିଚାରୀ ଚିଲ ଶାଗୁଣାଙ୍କ ଘେର ଭିତରେ
ଏକ ନିଚ୍ଛକ ଧର୍ଷଣର ପ୍ରମାଣ ଭାବରେ ।
ଚିରାୟୁଷ ମୋ ଆତ୍ମା କିନ୍ତୁ ଗୁମୁରି କାନ୍ଦୁଥିଲା
ନିଷ୍କ୍ରିୟତା ଓ ନିଶ୍ଚେଷ୍ଟତାର ଜଉମୁଦ ଦିଆ କଫିନ୍ ଭିତରେ,
ଅନୁତାପରେ,
ଲେଡି ଗୁଡ ତ ବୋହି ସାରିଥିଲା କହୁଣିକୁ
କିଏ ବା କହିବ ତଥାସ୍ତୁ ଏବେ
ଚାଟି ଆଣି କହୁଣିରୁ ବୋହିଲା ଗୁଡକୁ
ଭର୍ତ୍ତି କରିନେବାକୁ ମୋ ଶୂନ୍ୟ ଆଞ୍ଜୁଳା?
