STORYMIRROR

Ghanashyam Biswal

Tragedy

3  

Ghanashyam Biswal

Tragedy

ନୀରବତାର ଝଡ଼

ନୀରବତାର ଝଡ଼

1 min
169

ଅକୁହା କଥାସବୁ

ଅମାନିଆ ହେଲେଣି

ଜାକିଜୁକି ହୋଇ ଆଉ ବା କେତେଦିନ

ଦଦରା ହୃଦୟ ପଞ୍ଜୁରୀରେ

ମୁହଁ ଶୁଖାଇ କରିବେ

ମଉନ ବ୍ରତ

ସରସୀ ଆଖିମାନେ ବି ତ ଗଲେଣି ଥକି

ଲୁହରେ ଭିଜି ଭିଜି

ମଲା ଜୀବନକୁ

ସଂଜୀବନୀର ମରମ ସ୍ପର୍ଶପରି

ହାଲୁକା ଟିକେ ହେବାର

ଶତ ପ୍ରୟାଶରେ ବିଫଳ ହୋଇ

ଏବେ ଆଉ ଧୌର୍ଯ୍ୟ ବି ନାହିଁ

ଖାଲି ଅପେକ୍ଷା

ଶେଷ ନିଃଶ୍ୱାସର

ହେବାପାଇଁ ଅବ୍ୟକ୍ତ ମର ଶରୀର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy