STORYMIRROR

Ghanashyam Biswal

Tragedy

3  

Ghanashyam Biswal

Tragedy

ନୀରବତାର ଝଡ଼

ନୀରବତାର ଝଡ଼

1 min
161

ଅକୁହା କଥାସବୁ

ଅମାନିଆ ହେଲେଣି

ଜାକିଜୁକି ହୋଇ ଆଉ ବା କେତେଦିନ

ଦଦରା ହୃଦୟ ପଞ୍ଜୁରୀରେ

ମୁହଁ ଶୁଖାଇ କରିବେ

ମଉନ ବ୍ରତ

ସରସୀ ଆଖିମାନେ ବି ତ ଗଲେଣି ଥକି

ଲୁହରେ ଭିଜି ଭିଜି

ମଲା ଜୀବନକୁ

ସଂଜୀବନୀର ମରମ ସ୍ପର୍ଶପରି

ହାଲୁକା ଟିକେ ହେବାର

ଶତ ପ୍ରୟାଶରେ ବିଫଳ ହୋଇ

ଏବେ ଆଉ ଧୌର୍ଯ୍ୟ ବି ନାହିଁ

ଖାଲି ଅପେକ୍ଷା

ଶେଷ ନିଃଶ୍ୱାସର

ହେବାପାଇଁ ଅବ୍ୟକ୍ତ ମର ଶରୀର l



Rate this content
Log in

Similar oriya poem from Tragedy