STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କ୍ଷମା

କ୍ଷମା

1 min
360


କ୍ଷମାଟି ଜାଣ ଉତ୍ତମ ଗୁଣ

   ପ୍ରତି ମଣିଷ ପାଇଁ,

ଏମିତି କିଛି ପାପ ରହିଛି

   କ୍ଷମା ମିଳ‌ଇ ନାହିଁ।


ଅନ୍ୟକୁ ଯଦି କ୍ଷମା ଦେବାନି‌

   ପ୍ରଭୁ ଦେବେନି‌ କ୍ଷମା,

ଯଦି ଶତ୍ରୁକୁ କ୍ଷମା କରିବା

   ମିଳେ ପ୍ରଭୁ କରୁଣା।


ଈଶ୍ୱର କ୍ଷମା କରନ୍ତି ନାହିଁ

   ଏମିତି ପାପ ପାଇଁ,

ଯେଉଁ ମଣିଷ ନିଜର ଭୁଲ୍

   ସ୍ଵୀକାର କରେ ନାହିଁ।


ଆହୁରି ଏକ ପାପ ମଣିଷ

   ଯଦିବା‌ କରୁଥିବ‌,

ପ୍ରଭୁଙ୍କ ଠାରୁ କ୍ଷମା ପାଇବା‌

   ପାଇଁ ଅଯୋଗ୍ୟ ହେବ।


ସେ ପାପ ହେଲା ଜ୍ଞାନ ଶିକ୍ଷଣ

   ପ୍ରାପ୍ତ ହୋଇଲା ପରେ,

ଜାଣିଶୁଣିକି ଯେ ଭୁଲ୍ କରେ

   ନିଶ୍ଚେ ନରକେ‌ ପଡ଼େ।


ଆଜି ଯୁଗର ଦେଖ ଖବର

   ଶିକ୍ଷିତ ବ୍ୟକ୍ତି ମାନେ,

ବିଭିନ୍ନ ବ୍ୟଭିଚାର କରନ୍ତି

   ଜାଣୁଛୁ ପ୍ରତିଦିନେ‌।


ନ ଜାଣି ପ୍ରାଣୀ ହୁଡନ୍ତି‌ ବରଂ

   କ୍ଷମାଟି ତାକୁ ମିଳେ,

ଜାଣି ସିଆଣା‌ ପାପୀଠୁଁ ପ୍ରଭୁ

   ଥାଆନ୍ତି ବହୁ ଦୂରେ‌।


ଆଉ ଗୋଟିଏ ଜଘନ୍ୟ ପାପ

    ଯଦି ମଣିଷ କରେ,

ଈଶ୍ୱର କ୍ଷମା କରନ୍ତି ନାହିଁ

    ଶାସ୍ତରୁ‌ ଜଣାପଡେ‌।


ଆମ ଶରୀର ଶିରୀ ମନ୍ଦିର

    ଆତ୍ମା ବଡ଼ ଠାକୁର,

ଯେ ଆତ୍ମହତ୍ୟା ପାପ କରୁଛି 

    କ୍ଷମାର ନୁହେଁ ପାତ୍ର।


ସମସ୍ତ ପାପ ହୋଇବ ମୋକ୍ଷ

   ଏ ପାପ ମୁକ୍ତି ନାହିଁ,

ତେଣୁ ଏଥିରୁ ନିବୃତ୍ତ ରୁହ

    ହାତ ଯୋଡୁଛି‌ ମୁହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy