ସ୍ମୃତିର ବର୍ଷା ରାତି
ସ୍ମୃତିର ବର୍ଷା ରାତି
ମନ ଗହନରେ ସାଇତି ରଖିଛି
ଘଟି ଯାଇଥିବା ଦୁଃଖ
ଜୀବନରେ କେବେ ପାଶୋରି ହେବକି
ପାଇଲେ ବି ମହାସୁଖ?୧
ପୁଅ ବିବାହର ଦୁଇ ବରଷାରେ
ନାତିଟିଏ ଦେଖିଥିଲି
ଦୁଃଖ ଦେଇଗଲା ସେଦିନ ବରଷା
ଅନ୍ଧକାର ଧରିଆସି
ବିଜୁଳି ସହିତ ଘଡ଼ଘଡ଼ି ଦେଲା
ପୁଅ ଓ ବୋହୂଙ୍କୁ ନାଶି।୨
ନାତି ଟୋକାକୁ ସେ ରଖିଦେଇ ଗଲା
ଭବିଷ୍ୟ ବିହନ ପାଇଁ
ମୁଁ ବୁଢ଼ୀ ଲୋକଙ୍କୁ ଛାଡ଼ିଲା କାହିଁକି
ଦାଗଟିକେ ଦେହେ ନାହିଁ।୩
ସବୁ ମନେପଡେ ସମିତିର ଦେହେ
ସାଇତି ରଖିଛି ଆଜି
ମନେ ପଡ଼ିଗଲେ ଏ ଦେହ ମନ୍ଦିର
ଦୋହଲି ଯାଉଛି ଭାଜି।୪
ସୁମୁତିର ଦିନ ଦୁଃଖର ପାହାଡ଼
ଚାଲି ଯାଇଅଛି ସିନା
ମନ ମନ୍ଦିରଟି ଭାଙ୍ଗି ହିଁ ଯାଇଛି
କେ'ଦେବ ଉଡ଼ାଇ ବାନ।୫
