STORYMIRROR

SUKANTA KHANDA

Tragedy

4  

SUKANTA KHANDA

Tragedy

ସ୍ମୃତିର ବର୍ଷା ରାତି

ସ୍ମୃତିର ବର୍ଷା ରାତି

1 min
364


ମନ ଗହନରେ ସାଇତି ରଖିଛି

   ଘଟି ଯାଇଥିବା ଦୁଃଖ

ଜୀବନରେ କେବେ ପାଶୋରି ହେବକି

    ପାଇଲେ ବି ମହାସୁଖ?୧

ପୁଅ ବିବାହର ଦୁଇ ବରଷାରେ

   ନାତିଟିଏ ଦେଖିଥିଲି

ଦୁଃଖ ଦେଇଗଲା ସେଦିନ ବରଷା

    ଅନ୍ଧକାର ଧରିଆସି

ବିଜୁଳି ସହିତ ଘଡ଼ଘଡ଼ି ଦେଲା

   ପୁଅ ଓ ବୋହୂଙ୍କୁ ନାଶି।୨

ନାତି ଟୋକାକୁ ସେ ରଖିଦେଇ ଗଲା

   ଭବିଷ୍ୟ ବିହନ ପାଇଁ

ମୁଁ ବୁଢ଼ୀ ଲୋକଙ୍କୁ ଛାଡ଼ିଲା କାହିଁକି

   ଦାଗଟିକେ ଦେହେ ନାହିଁ।୩

ସବୁ ମନେପଡେ ସମିତିର ଦେହେ

  ସାଇତି ରଖିଛି ଆଜି

ମନେ ପଡ଼ିଗଲେ ଏ ଦେହ ମନ୍ଦିର

   ଦୋହଲି ଯାଉଛି ଭାଜି।୪

ସୁମୁତିର ଦିନ ଦୁଃଖର ପାହାଡ଼

   ଚାଲି ଯାଇଅଛି ସିନା

ମନ ମନ୍ଦିରଟି ଭାଙ୍ଗି ହିଁ ଯାଇଛି

    କେ'ଦେବ ଉଡ଼ାଇ ବାନ।୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy