ଜୀବନ କେବେ କିପରି
ଜୀବନ କେବେ କିପରି
ସମୟର ଛଳନା ଦେଇଗଲା
ଅଲିଖିତ ଉପେକ୍ଷାର ଯନ୍ତ୍ରଣା
ନିରୂତ୍ତର ଓଠ କହିପାରେନା କିଛି
ପ୍ରଶ୍ନଗୁଡl ମନକୁ କରେ ବାଟବଣା ।।
ରିକ୍ତ ମାନସପଟ୍ଟର ଡାଏରୀରେ
ଲେଖିବାକୁ ଖୋଜିଲେ ଶବ୍ଦ ମିଳେନା
ଶୂନ୍ୟତାକୁ ଯେବେ ଆଖି ଖୋଲି ଦେଖେ
ମିଳେ ଖାଲି ପ୍ରତାରଣାର ଯାତନା ।।
ବିଶ୍ୱାସଘାତକତାର ଏ କି ଗରଳ
ପିଇବାକୁ ହେଲା ଏମିତି
ଭୁଲ୍ ବି ଚେଷ୍ଟା କରୁଛି ବୁଝିବାକୁ
ଅନାହୂତ ତା'ର ଉପସ୍ଥିତି ।।
ମରଣଠୁ ଜୀଇଁବାରେ ଅଧିକ ତାଡନା
ଗଣେ ପ୍ରତିକ୍ଷଣର ନିଃଶ୍ୱାସ
ଆଖିର ଦେଓଳୀ ଡେଇଁ କୋହ ବହିଯାଏ
ଆତ୍ମାଠୁ ବିଚ୍ଛେଦ ଆତ୍ମବିଶ୍ବାସ ।।
ସ୍ଵାଭିମାନ ମାଗୁଛି କ୍ଷମାର ଭିକ୍ଷା
ଅହଙ୍କାରୀର ଅହାମିକାକୁ
ନୀରବଦ୍ରଷ୍ଟା ବେଳାରସେନ
ନୀରବି ଚାହିଁଛି ପ୍ରଳୟର ଔଦ୍ଧତ୍ୟକୁ ।।
ଚିହ୍ନା ମୁହଁଗୁଡ଼ା ଚିହ୍ନି ନପାରନ୍ତି
ଅଚିହ୍ନା କରନ୍ତି ସତ୍କାର
ଡାକିଛି ଯିଏ ଵିଭୁତ୍ସା ନାହିଁ ମନେ
ମୁଖରୁ ନିସୃତ ନୀଳ ଜହର ।।
ମନର ବଣରେ ସନ୍ଦୀପ୍ତ ଅନଳ
ଲିଭାଇ ପାରୁନାହିଁ ଅଶ୍ରୁର ଜଳ
ସହିବାକୁ ଅଛି ଅନେକ ଶ୍ଲେଷ
ଅନ୍ତଶୂନ୍ୟ ଲାଗେ ପରାଣର କ୍ଲେଶ ।।
ନିରୁଦ୍ଦିଷ୍ଟ ଆଜି ପାଗଳ ପ୍ରଜାପତି
ବର୍ଣ୍ଣହୀନ ତା କଳ୍ପନାର ଅନୁଭୂତି
ହସର ଫରୁଆରେ ନାହିଁ ଅନୁରାଗର ମାନ
ଭୟର ବାଦଲରେ ଘୁମୁରୀ କାନ୍ଦଇ ଜୀବନ ।।
