ବର୍ଷାରେ ବେସାହାରା ପକ୍ଷୀ
ବର୍ଷାରେ ବେସାହାରା ପକ୍ଷୀ
ବୁଦ୍ଧିମାନ ଶ୍ରେଷ୍ଠ ଅଟଇ ମାନବ
ତୋଳିିପାରେ ଘର ନିଜ ଆଶ୍ରୟ,
ଝଡି ବରଷାରେ ରାତି ଅନ୍ଧକାରେ
ଶୁଏ ଆଖି ମୁଦି ନାହିଁ ତା' ଭୟ ।
ବେସାହାରା ପକ୍ଷୀ ପେଟ ପାଇଁ ନିତି
ଖୋଜି ବୁଲୁଥାଏ ନିଜ ଆଧାର,
କୁଙ୍କୁରି କାଙ୍କୁରି ବସେ ଗଛ ଡାଳେ
ନିଗିଡାଇ ଜଳ ଝାଡି ତା' ପର ।
ହେଉ ଝଡ଼ି ବର୍ଷା ପାଗ ପ୍ରତିକୂଳ
ବସି ଏକ ଧ୍ଯାନ ଲଗନ ମନେ,
ଭାବୁଥାଏ ବସି ପକ୍ଷୀଟି ଏକଲା
ଥମନ୍ତା କି ଝଡି ନିମିଷେ କ୍ଷଣେ ।
ବିଳମ୍ବ ନକରି ଆଖି ପିଛୁଳାକେ
ଝାଡ଼ିଝୁଡ଼ି ହୋଇ ନିଜର ଦେହ,
ଉଡି ସେ ବୁଲନ୍ତା ସୁନୀଳ ଗଗନେ
ମୁକ୍ତି ମହାନନ୍ଦ ଲକ୍ଷ୍ଯ ତା' ଧ୍ଯେୟ ।
ବିଚରା ପକ୍ଷୀଟି ମଣେ ନାହିଁ କେବେ
ନିଜକୁ ଦୁର୍ବଳ ବା ଅସହାୟ,
ସମୟର କରେ ସଦ୍ ଉପଯୋଗ
ପାଳୁଥାଏ ସଦା ନିଜ କର୍ତ୍ତବ୍ଯ ।