ରେବତୀ
ରେବତୀ
ଲୋ ରେବତୀ
ଏଠି କୁଆଁରି ଜୀବନର
ବୟସ ଭଗାରି
ଏଠି ସଜାଡିବାକୁ ପଡେ
ଆକଟର ଆବାହନ ମନ୍ତ୍ର ।
ଲୋ ନିଆଁ
ମନରେ ଉଠେ କୁହିଳିର
ସନ୍ଦେହର ନିଆଁ
ପୋଡିଯାଏ ଦେହ ମନ
କାମାଗ୍ନିର ଜ୍ବାଳାରେ
ଅସହ୍ଯ ହୁଏ ଏ ଜୀବନ
ଅବଶେଷ ଆକଳନ କରିବା
ଏଠି କାଠିକର ପାଠ ।
ଲୋ ଚୁଲି
ଜୀବନଟା ଏକ ବିତୃଷ୍ଣା ବେଦନା
ଭଲ ମନ୍ଦ ଯଶ କୀର୍ତ୍ତି
ଯାହା ଅର୍ଜିଥିବୁ ସେହି ହେବ
ଜୀବନର ମୁଖାଗ୍ନିର ଇନ୍ଧନ
ତୋ ଶେଷ ବିଦାୟ ବେଳାରେ ା
ଲୋ ରେବୀ....ଲୋ ନିଆଁ.... ଲୋ ଚୁଲି....
