ଶେଷ ପ୍ରଶ୍ନ
ଶେଷ ପ୍ରଶ୍ନ
ନାହିଁ ମୋ ପ୍ରେମରେ
କମା ପୂର୍ଣ୍ଣଚ୍ଛେଦ
ନାହିଁ ବୋଧେ ଶେଷ ସୀମା
ଭଲ ପାଉଥିଲି
ଭଲ ପାଉଥିବି
ଭୁଲିବିନି ତାକୁ ଜମା ।
ପ୍ରେମ ଫଗୁଣର
ଫୁଲ କୁମାରୀ ସେ
ଆସିଥିଲା ମନେ ମୋର
ଛୁଆଁ ରେ ଜାଳିଲା
ପ୍ରେମର ପ୍ରଦୀପ
ଜଳୁଥିବ ନିରନ୍ତର ।
>
ଭସା ବାଦଲକୁ
ନାହିଁରେ ଭରସା
ଆସିଲା ପ୍ରଶ୍ନ କୁ ଧରି
ଉତ୍ତର ଭିତରେ
ହଜିଲା ସଂମ୍ପର୍କ
ଆସିଲାନି ପ୍ରିୟା ଫେରି ।
ସବୁଦିନ ପାଇଁ
ପ୍ରଶ୍ନ ଶେଯ ତଳେ
ଗଲାସେ ସମାଧି ନେଇ
ଅଧାଗଢ଼ା ପ୍ରେମ
ରହିଗଲା ଅଧା
ଶେଷ ପ୍ରଶ୍ନବାଚୀ ହୋଇ ।