ଜୀବନରାଗ
ଜୀବନରାଗ
ବୟସ ଆଉ ଜୀବନ
ରାଗରେ ରଙ୍ଗରେ
ଡାଳରେ ଲୟରେ
ଘୋଳେଇ ମିଳେଇ
ରଚନ୍ତି ଜୀବନରାଗ ଅଭିନ୍ନ
ମୋତେ ଲାଗେ
ଖେଳ ସାଥୀ ଭିନ୍ନ ଭିନ୍ନ ଅନନ୍ୟ
ବଦଳି ଯାଆନ୍ତି ଆଗକୁ ଆଗ
ଅତୁଲ୍ୟ ଅଭିନନ୍ଦନ ।
ଶୈଶବରେ
କିଛି ନ ଥାଏ ମନରେ
ବାଲି ଖେଳରେ ଆରମ୍ଭ
ଝଗଡ଼ା କଜିଆ ଶେଷସ୍ତମ୍ଭ
ପୁଣି ସକାଳୁ କାନ୍ଧରେ ହାତ ରଖି
ନୂଆ ଯୋଯନା ପାଇଁ
ହସିହସି ବସିବସି କଳ୍ପନା ପ୍ରାରମ୍ଭ ।
ଯୌବନରେ
ରୂପ ରଙ୍ଗ ରସରେ ରାସ
ଚାହାଣୀରେ ଖୋଜୁଥାଏ ଆପଣା ମଣିଷ
ନ ମିଳିଲେ ବି ନାହିଁ ଅବଶୋଷ
ନୟନସୁଖରେ ସରିଛି କ୍ଷଣିକ ପରସ
ପଲକେ ଝଲକେ ପୁଣି ମିଳିଯିବ
ନୀଳ ନୟନାର ନୀଳାଭ ହରଷ ।
ପଚାଷ ଛୁଇଁଗଲେ ବୟସ
କିଛି ଧଳା ଧଳା ବାଳ ଦିଶିଗଲେ
ମୁଣ୍ଡରେ ନିଶରେ ଆଶପାଶ
ଚିନ୍ତାରେ ବୌଦ୍ଧିକ ଗୁଣ ବିତରେ ସୁବାସ
ବିଚାରେ ଆଚାରେ ଅମେଳ
ଖାଲି ନେପଥ୍ୟେ ବିରୋଧାଭାଷ ।
ଅଣ୍ଟା ନଇଁଗଲେ ଅଧିକ
ମୋଟା ଗୋଲ ଚଷମା ନ ପିନ୍ଧିଲେ
ଦିଶୁନି ଅକ୍ଷର ମାତ୍ରାଧିକ
ପଢି ହେଉନି ଦୈନିକ ଖବର ଶତାଧିକ
କାନ କୁ ଶୁଭେନି ବୋହୁର ଦ୍ଵି-ଅର୍ଥ ବୋଧକ
ଶେଷ ସମୟର ସାହାରା
ଏକୋଇର ବଳା ବିଶିକେଶନର ଅସହାୟ
ନାଟକୀୟ ମୌନ ପରିଚାୟକ ।
ଶେଷରେ ଶ୍ରୀମତୀ ଗଲେ ଯମାଳୟ
ଜୀବନଟା ଲାଗେ
ନିଃସଙ୍ଗ ଦୁର୍ବିସହ ହଳାହଳମୟ
ମନ ତଳେ ସାଇତା ଭପବନରେ
ଆସିଯାଏ ଘୂର୍ଣ୍ଣିଝଡର ଖଣ୍ଡ ପ୍ରଳୟ
ସବୁ ଅସାର ସଂସାର
ବିଭୁ ସୁମରଣାରେ ଜୀବନାନ୍ତର
ସତ୍ୟ ଶିବ ସୁନ୍ଦର ପରମେଶ୍ବରାୟ ।
ନେଇଯାଅ ମୋତେ ହେ ମାଧବ
ତରି ଯାଆନ୍ତି ମୁଁ ଅଧମ ନରାଧମ ସାଧବ
ସହି ସଂଭାଳି ପାରୁନି ଜୀବନ ଯନ୍ତ୍ରଣା ତାଣ୍ଡବ
ସମୟ ଆଗରୁ ଜୀବନ ଯାଉ
ହେ ରାଧା ମାଧବ ।