STORYMIRROR

Kabiratna Nutan Kumar Behera

Romance Tragedy Classics

4  

Kabiratna Nutan Kumar Behera

Romance Tragedy Classics

ବର୍ଷା ଆସି ଭିଜାଇ ଦେଲା ମୋତେ

ବର୍ଷା ଆସି ଭିଜାଇ ଦେଲା ମୋତେ

1 min
362


ଏକ ପ୍ରକାର ମୁଁ ଭଲ ଥିଲି

ଦୁଃଖ କଷ୍ଟ ଯା' ଆସୁ ଯେତେ

ନୁଖୁରା ମୁଣ୍ଡକୁ ଶୁଷ୍କ ରୁକ୍ଷ ମୁହଁଟାକୁ 

ପୋଛୁଥିଲି ମୋ ଅଭାବର ଗାମୁଛାରେ 

ଖଟୁଥିଲି ଦିନ ତମାମ୍ ଖାଉଥିଲି 

ଶୋଉଥିଲି ରାତି ଯାକ  

ଘୁଙ୍ଗୁଡି ମାରି ଗାଢ଼ ନିଦରେ 

ନଥିଲା ଶଙ୍କା ସନ୍ଦେହର ଆଶଙ୍କା 

ଜୀବନେ ମୋର ହଠାତ୍

ବର୍ଷା ଆସି ଭିଜାଇ ଦେଲା ମୋତେ

ଭିଜିଗଲି ଗୋଟାପଣେ ମୁଁ

ଦେହ ମନ ପ୍ରାଣ ଆତ୍ମା ସହିତେ

ଅବଶ୍ୟ ବର୍ଷାର ପ୍ରୀତି ଛିଟା

ପ୍ରଥମେ ପ୍ରଥମେ ଲାଗିଲା ଖାସ୍

ବୁଝିଲି ଭଲ ପାଇବାର ଏ ହୃଦୟକୁ

ସାଥେ ସାଥୀ ହୋଇ ହେଲୁ ଏକାକାର

ଭିଜିଲି ମଜିଲି ହଜିଲି ତା' ପ୍ରେମରେ

ନିଜକୁ ନିଜେ କହିଲି ସାବାସ୍

ବର୍ଷା ପ୍ରୀତିରେ ହେଲି ଭାବ ବିହ୍ଵଳ

ସେ କରି ଦେଲା ମୋତେ ପାଗଳ

ବଦଳି ଗଲା ମୋର ଭୂଗୋଳ

ଛାଡ଼ି ଚାଲିଗଲା ମୌସୁମୀର ପଛେ 

ମୁଁ ହନ୍ତସନ୍ତ ହୁଏ ତା' ବିରହ ବିଚ୍ଛେଦରେ

ମୋ ଚେହେରା ଯାଏ ଝାଉଁଳି ପଡ଼େ ମଉଳି 

ଲେଖି ଦେଇ ଯାଇଛି ମୋ ହୃଦୟରେ 

ସ୍ମୃତିର ଅପାସୋରା ଇତିହାସ

ତା' ପୃଷ୍ଠା ଖୋଲି ପଢ଼େ ମୁଁ ଯେତେ

ବର୍ଷାକୁ ହିଁ ଝୁରି ହୁଏ

ପୁଣି ସେ ଫେରି ଆସିବ କେବେ

ବର୍ଷା ଆସି ଭିଜାଇ ଦେବ ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance