STORYMIRROR

Pramodini Parichha

Tragedy

4  

Pramodini Parichha

Tragedy

ପ୍ରଶ୍ନ ପରେ ପ୍ରଶ୍ନ

ପ୍ରଶ୍ନ ପରେ ପ୍ରଶ୍ନ

1 min
292

ପ୍ରଶ୍ନ ପରେ ପ୍ରଶ୍ନ

    ପଚାରନା ମୋତେ

     ଉତ୍ତର ଠିକଣା ନେଇ

ପ୍ରଶ୍ନରେ ପ୍ରଶ୍ନରେ

     ହଜିଛି ଅତୀତ

       ଯାଇଛି ଅଲୋଡା ହୋଇ।


ନିରୀମାଖି ମୁଁ ଯେ

   ଜାଣେନା ଉତ୍ତର

      ପ୍ରଶ୍ନରେ ଯାଇଛି ହଜି

ମନ ଆକାଶରେ

   ଘୋଟିଛି ବାଦଲ

       ଲୁହରେ ଯାଉଛି ଭିଜି ।


ପୁଳା ପୁଳା ପ୍ରଶ୍ନ

     ଉଙ୍କିମାରେ ଆଜି

        ବିଦଗ୍ଧ ପରାଣ ନେଇ

କି କାରଣେ ପ୍ରଭୁ

     ଦେଲେ ଏ ଯାତନା

      ଯା'ର କେବେ ଶେଷନାହିଁ ।


ମଶାଣିରୁ ଜୁଇ

   ସବୁଠାରେ ମୁଁହିଁ

     ରହିଲି ପ୍ରଶ୍ନଟେ ହୋଇ 

ପ୍ରଶ୍ନର ଝଞ୍ଜିର

   ବାନ୍ଧିନେଲା ମୋତେ

     ଗଲି କଳଙ୍କିନୀ ହୋଇ ।


ଚାହୁଁ ଚାହୁଁ ଆଖି

    ବୁଝିତ ଗଲାଣି

       ପ୍ରଶ୍ନର ଇଙ୍ଗିତ ସାର

ପ୍ରଶ୍ନ ନୁହେଁ ସେତ

     ମରମ ବେଦନା

    ହୃଦୟେ ଅଲିଭା ଗାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy