STORYMIRROR

amarjit mallik

Tragedy

4  

amarjit mallik

Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
265


ଘଟଣା ସେ ନୁହେଁ

ଦୁଃଖର ପସରା

ଦୁର୍ଘଟଣା ତା'ର ନାମ

ମନରେ ସେ ନୁହେଁ

ଜୀବନଟା ସାରା

ଦୁଃଖ ଦେବା ତା'ର କାମ।


ଏତେ ଶୀଘ୍ର ହୁଏ

ଜାଣି ହୁଏ ନାହିଁ

ଜୀବନର ଶେଷ ବୋଲି

କେଉଁଠୁ ସେ ଆସେ

ଟାଣି ନେଇଯାଏ

ଛାତିରୁ ନିଃଶ୍ୱାସ ଖାଲି।


ଛୋଟ ଠାରୁ ବଡ଼

ଆବାଳ‌ ବନିତା

ହୁଅନ୍ତି ତା'ର ଶିକାର

ଜୀବନତ ଗଲେ

ଭାରି ଭଲ କଥା

ନହେଲେ ହୁଏ ବେକାର।


ଆଖିର ପଲକେ

ଜଣା ପଡେନାହିଁ

ସବୁ କାମ ହୁଏ ଶେଷ

ଭାବିଲା ବେଳକୁ

କିଛି ରୁହେ ନାହିଁ

ଖାଲି ରୁହେ ଅବଶୋଷ।


ଦୁର୍ଘଟଣା କେବେ

କହିକି ଆସେନି

କେବେ ଦେଖେ ନାହିଁ କିଛି

ସମସ୍ତଙ୍କ ସାଥେ

କରେ ସେ ଖରାପ

ଦିଏ ନାହିଁ କେବେ ସୂଚୀ।


ସମସ୍ତେ କୁହନ୍ତି

ଭାଗ୍ଯ ଯେ ଖରାପ

ତାହାର ଯେ ଏଠି ଥିଲା

ଖରାପ ଯେ ନୁହେଁ

ଦୁର୍ଘଟଣା ସେତ

କାହାକୁ କହିବ ଭଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy