STORYMIRROR

amarjit mallik

Classics

4  

amarjit mallik

Classics

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
7

କବିତା ଶିର୍ଷକ:- ଜୟ ଜଗନ୍ନାଥ
 କବି:- ଅମରଜିତ୍ ମଲ୍ଲିକ
 {}{}{}{}{}{}{}{}{}{}{}{}{}{}{}
ତୁମେ ଅଟ ପ୍ରଭୋ
 ପତିତପାବନ
 ବଡ଼ ଦେଉଳର ରାଜା
 ତୁମେ ବାହାରିଲେ
ବାହାରକୁ ପୁଣି
 ଖୁସି ହୁଏ କେତେ ପ୍ରଜା । ।୧।
 ଦର୍ଶନ ତୋହର
 ଅତି ମନୋହର
 ନଅ ଦିନ ପାଇଁ ହୁଏ
ସେହି ସମୟରେ
 ତତେ ଦେଖିଦେଲେ
 ଆତ୍ମା ସତେ ତୃଷ୍ଠି ପାଏ । ।୨।
ରଥରେ ବସିକି
 ରହି ରହି ତୁମେ
 ପ୍ରଜାଙ୍କୁ ଦେଖିଲ କେତେ
 ସମସ୍ତଙ୍କ ଦୁଃଖ
 ଦୂର ହୋଇଗଲା
 ନାଲିଆ ହସକି ସତେ । ।୩।
ନଅଦିନ ପରେ
 ଲକ୍ଷ୍ମୀ ମାତା ଆସି
 ଭାଙ୍ଗନ୍ତି ରଥକୁ ସତେ
 ବଡ଼ ଦେଉଳକୁ
 ପ୍ରଭୁ ଚାଲିଥାନ୍ତି
ଦେଖା ହେବ ଆର ରଥେ । ।୪।


    ନୁଆମଙ୍ଗରାଜପୁର
       ବଡ଼ମ୍ବା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics