STORYMIRROR

amarjit mallik

Inspirational

3  

amarjit mallik

Inspirational

ଦେଖରେ ଦୁନିଆ

ଦେଖରେ ଦୁନିଆ

1 min
118

କବିତା ଶିର୍ଷକ:-- ଦେଖରେ ଦୁନିଆ ଥରେ କବି:-- ଅମରଜିତ୍ ମଲ୍ଲିକ #####################
 ଭଲ ପାଠ ପଢି ଚାକିରି କରିବା ସମସ୍ତଙ୍କ ଏଟା ଭାବ ପଢିସାରି ଯେବେ ଚାକିରି ନମିଳେ ଶୁଖୁଆ ପୋଡାରେ ଯିବ।।୧।
ମୁରୁଖ ଲୋକଙ୍କୁ ଚାକିରି ମିଳୁଛି ପାଠୁଆ ଏଠି ବେକାର ମୁରୁଖ ବସୁଛି ସର୍ବୋଚ୍ଚ ପଦରେ ସୁପାରିସ୍ କରେ ତା'ର।।୨।
ଅନ୍ଧାର ଶାସନ ଚାଲେ ସବୁବେଳେ ପାଠୁଆ ଅଟେ ଲେବର ତାକୁ ନେଇ ସିଏ ସର୍ବ କର୍ମ କରେ ବୋକୋଚା ବୁହାଏ ତାର।।୩।
 ଆରକ୍ଷଣ ଦୋଷ ଅମାବାସ୍ୟା ପରି ପାଠୁଆ ଦେହରେ ଲାଗେ
ସବୁ ନେଇଯାଏ ତିନି ଭାଗ ସେତ ପାଠୁଆକୁ ମିଳେ ଭାଗେ।।୪।
 ସମସ୍ତଙ୍କୁ ସଦା ସମଭାବ ରଖ ଯେଉଁଠି ରଖିବା କଥା ଦେଖରେ ଦୁନିଆ ଥରେ ଆଖି ଖୋଲି ଘୂରି ଯିବ ତୋର ମଥା।।୫।
   
                   ନୂଆମଙ୍ଗରାଜପୁର
                      ବଡ଼ମ୍ବା, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational