STORYMIRROR

amarjit mallik

Inspirational

3  

amarjit mallik

Inspirational

ରକ୍ଷାବନ୍ଧନ

ରକ୍ଷାବନ୍ଧନ

1 min
17

କବିତା ଶିର୍ଷକ:- ଭାଇର ହାତରେ ଭଉଣୀ ରାକ୍ଷୀ
                     ସମ୍ପର୍କ ଭରଷା ସ୍ନେହର ସାକ୍ଷି 
କବି:- ଅମରଜିତ୍ ମଲ୍ଲିକ୍
 ₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹₹ ସମ୍ପର୍କର ସୂତା ହାତରେ ବାନ୍ଧିଲା
 ଭଉଣୀ ସୁରକ୍ଷା କରିବ କହିଲା।।୧।
ଛୋଟ ଠାରୁ ବଡ଼ ଯେତେ ତା ଭଉଣୀ
 କେଉଁ ଲୋକ ହାତ ବଜାଇ ଦେବନି। ।୨।
ସୂତା ଖିଅଟିର କେତେ ଯେ ପାୱାର
 ଭଉଣୀ ସୁରକ୍ଷା ଖୋଜଇ ସବୁର । ।୩।
ଦେଖ ଆଜି ପୁଣି କାଳିଆ ବଳିଆ
ଭଉଣୀ ପାଇଁକି ସେ ଜପା ମାଳିଆ। ।୪।
ନିଜ ଭଉଣୀର ଦେବାକୁ ସୁରକ୍ଷା
 ଆଗରେ ବଳିଆ ପଛରେ କାଳିଆ। ।୫।
ଭାଇ ଭଉଣୀର ସମ୍ପର୍କ ନିବିଡ଼
 ରଖେନାହିଁ ବନ୍ଧ ଅବା ଥାଉ ବାଡ଼। ।୬।
ମନ ମାଳିନ୍ଯରେ ଯେତେ ଥାଉ ଭାଇ
 ଭଉଣୀର ରାକ୍ଷୀ ଦିଏ ବଦଳାଇ।।୭।
ପାଖେଇ ଆସୁଛି ସମ୍ପର୍କ ବନ୍ଧନ
ଭଉଣୀ ଭରଷା ସ୍ନେହର ଯେ ମାନ।।୮।

          ନୁଆମଙ୍ଗରାଜପୁର
            ବଡ଼ମ୍ବା, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational