ନମଃ ଶିବାୟ
ନମଃ ଶିବାୟ
କବିତା ଶିର୍ଷକ:-- ନମଃ ଶିବାୟ
କବି:- ଅମରଜିତ୍ ମଲ୍ଲିକ୍
_______________________
ଯାଇଥିଲି ମୁହିଁ ମନ୍ଦିର
ଦେଖାନାହିଁ ମହାଦେବର
ପଚାରିଲି ଯାଇ ମାତାଙ୍କୁ
ବୁଲନ୍ତି ମଶାଣି ଭୂମିର।।୧।
ଶ୍ରାବଣର ସୋମବାରରେ
ଭକତର ଭିଡ ମନ୍ଦିରେ
ଦେଖିବା ପାଇଁକି ଶିବଙ୍କୁ
ତାରନ୍ତି ମଶାଣି ଭୂମିରେ। ।୨।
କାହିଁ କେତେ ଦୂରୁ ଭକତ
ଦେଖିବା ପାଇଁକି ଆରତ
ଖୋଜନ୍ତି ମହାଦେବଙ୍କୁ
ନନ୍ଦିର ଉପରେ ଘୁରନ୍ତ।।୩।
ଶିବଙ୍କ ମହିମା ଅପାର
ସଂସାର ତାରଣ ତାଙ୍କର
ଦର୍ଶନ ଦିଅନ୍ତି ସର୍ବଙ୍କୁ
ସଦା ଜୟ ମହାଦେବର। ।୪।
ନୁଆମଙ୍ଗରାଜପୁର
ବଡ଼ମ୍ବା, କଟକ
