STORYMIRROR

amarjit mallik

Inspirational

3  

amarjit mallik

Inspirational

ସମ୍ପର୍କ

ସମ୍ପର୍କ

1 min
16

କବିତା ଶିର୍ଷକ:-- ଆଜିର ସମ୍ପର୍କ
କବି;- ଅମରଜିତ୍ ମଲ୍ଲିକ #################
 ଆଜିର ସମ୍ପର୍କ ରହିଛି ସବୁ ମିଠା କଥାରେ
 ଆଗରୁ ହଟିଲେ ନାମରେ ତାର ବିଷ ଓଗାଳେ।।୧।
ସମ୍ପର୍କ ସମ୍ପର୍କ ମଧ୍ୟରେ ଆଜି କିଛି ତ ନାହିଁ
 ସବୁ ସମ୍ପର୍କକୁ ମାରଇ ନିଜ ହାତରେ ସେହି।।୨।
ପଇସା ଦେଖୁଛି ସେ ଆଜି ହାତେ ସମ୍ପର୍କ ମାରି
 ମିଛରେ ବଞ୍ଚିବା ପାଇଁକି ଥାନେ ଏତଲା କରି।।୩।
ସତ୍ ତ ଲୁଚେନା କେବେବି ସେତ ଜାଣିବି ଅଛି
 ମାରିବା ପାଇଁକି ତା ମନ ହିତ ଜ୍ଞାନ ଭୁଲିଛି।।୪।
ଯେଉଁ ପତରରେ ଖାଉଛି ତାହା କଣା କରୁଛି
 ଯିଏ ତାକୁ ପୁଅ ଭାବୁଛି ତାର ରକ୍ତ ଶୋଷୁଛି।।୫।
ଶିକ୍ଷକ ସାଜୁନ କାହିଁକି ଆହେ ଚକାନୟନ
 ଛାତ୍ରଙ୍କ ପରିକା ସଜାଇ ଦିଅ ସର୍ବ ଜୀବନ।।୬।


                ନୂଆମଙ୍ଗରାଜପୁର
                  ବଡ଼ମ୍ବା, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational