STORYMIRROR

amarjit mallik

Tragedy

4  

amarjit mallik

Tragedy

ଆଜିର ସୋସିଆଲ ମିଡ଼ିଆ

ଆଜିର ସୋସିଆଲ ମିଡ଼ିଆ

1 min
15


ସମସ୍ତେ ଚାହାଁନ୍ତି

ଫେମସ୍ ପାଇଁକି

ଅଲଗା ଅଲଗା ରୁପରେ

କିଏ ପରିଶ୍ରମ

କିଏ ପୁଣି ବୁଦ୍ଧି

ସୋସିଆଲ ମିଡିଆରେ।।୧।

ପରିଚିତ ପାଇଁ

କିଏ ପୁଣି କରେ

ମିଡ଼ିଆରେ ଦେହ ଦେଖା

ସବୁଠୁ ଅଧିକ

ଖରାପ ଆସୁଛି

କିଛି ପୁଣିଥାଏ ଶିକ୍ଷା।।୨।

କିଛି ଭଲ ପାଇଁ

ରୋଷ୍ଟିଙ୍ଗ୍ ଯେ ହୁଏ

ଆଉ କିଛି ଖରାପରେ

ଫ୍ଯାମିଲ ସାଥିରେ

ଦେଖି ହୁଏ ନାହିଁ

ବସି ସମସ୍ତ ସାଥିରେ।।୩।

ମିଡ଼ିଆରେ ପୁଣି

ଛୋଟରୁ ଯେ ବୁଢ଼ା

ସମସ୍ତେ ବାଇଆ ହେଲେ

ପରିଚିତ ପାଇଁ

କଅଣ କରନ୍ତି

ସମ୍ପର୍କକୁ ଭୁଲିଗଲେ।।୪।

ଆଜିର ମିଡ଼ିଆ

ଦେଖାଦେଖି କରି

ଖରାପ ହୋଇଲେ ସବୁ

ଭଲ ଜିନିଷକୁ

ଗ୍ରହଣ ନକରି

ମିଡିଆରେ ହେଲେ କାବୁ।।୫।

ଯେତିକି ଦୂରେଇ

ରହିବ ସେଠାରୁ

ଜୀବନ ବିତିବ ଖୁସିରେ

ଯିଏ ଭାବୁଅଛି

ତା ବିନା ବେକାର

ପରେ ଜଣାଯିବ ଦୁଃଖରେ।।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy