STORYMIRROR

amarjit mallik

Inspirational

4  

amarjit mallik

Inspirational

ଶିବ ସୋମବାର

ଶିବ ସୋମବାର

1 min
13

କବିତା ଶିର୍ଷକ:- ସୋମବାର ଶିବ ମହାତ୍ମ୍ୟ କବି:- ଅମରଜିତ୍ ମଲିକ ©©©©©©©©®®®®®®®®® ଆଜି ସୋମବାର ଶ୍ରାବଣ ମାସର କଳସି ଥିବ କାନ୍ଧର ଜଳ ଭରି କରି ବୋଲ ବମ୍ ଡାକି ଢାଳିବି ଶିବ ମଥାର।।୧। ଶିବ ନାମ ତୁଣ୍ଡେ ରିମ୍ ଝିମ୍ ବର୍ଷା ଚପଲ ନାହିଁ ପାଦର ପାର କରିନେବ ଦୁଃଖ ଦୂର ହେବ ଡାକିଲେ ନାମ ବାବାର।।୨ ସଂସାରରେ ସାର ନାମ ଭୋଳା ତୋର ବିଷକୁ କରିଛ ପାନ ତୁମ ପାଇଁ ଆଜି ସଂସାର ବଞ୍ଚିଛି ନହେଲେ ହୁଅନ୍ତା ଶୂନ।।୩। ଗଇସ ଫୁଲରେ ହାର କରିଅଛି ସାଥିରେ ବେଲ ପତର ସାତ ବୁଡ ଦେଇ କାଉଡି ଉଠିଛି କମ୍ପୁଛି ନାମ ତୋହର।।୪। ଭକତ ତୋହର ହଜାର ହଜାର ଏକ ସାଥିରେ ହୁଅନ୍ତି କଳସିର ଜଳ ତୋ ଉପରେ ଢ଼ାଳି ତତେତ କରନ୍ତି ଶାନ୍ତି।।୫। ନୁଆମଙ୍ଗରାଜପୁର ବଡ଼ମ୍ବା, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational