STORYMIRROR

amarjit mallik

Inspirational

4  

amarjit mallik

Inspirational

ମିଥ୍ୟା ଓ ସତ୍ୟ

ମିଥ୍ୟା ଓ ସତ୍ୟ

1 min
284

ମିଥ୍ୟାର‌ ଭିତରେ ଆଜି ସତ୍ଯ ବୁଡିଛି

ସତ୍ୟ ଆଜି କଇଁ କଇଁ ହୋଇ କାନ୍ଦୁଛି।।୧।

କଅଁଳ ପିଲାଟି ପରି ସତ୍ୟ ଦିଶୁଛି

ଜିବନରେ କେତେ କଷ୍ଟ ସିଏ ଭୋଗୁଛି।।୨।

ମିଥ୍ୟା ଜିତିଯାଏ କରି କେତେ ବାହାନା

ମିଥ୍ୟା ଜିତିବାରେ ଅଛି କେତେ ଛଳନା।।୩।

କପଟରେ ମିଥ୍ୟା ଅଛି କି ବଳିୟାନ

ସତ୍ୟ ଦୂରଯାଏ ପୁଣି ସହସ୍ର ଯୋଜନ।।୪।

ମିଥ୍ୟା ବାକ୍ୟ କହିବାକୁ ଟିକେ ଡରେନା

ସତ୍ୟକୁ ଲୁଚାଇବାକୁ ମନ ମାନେନା।।୫।

ମିଥ୍ୟା ଆଜି ମିଠା ଲାଗେ ଶ୍ରବଣେ କର୍ଣ୍ଣେ

ପରର ମୁହୁର୍ତ୍ତେ ସେତ ଭାଳଇ ମନେ।।୬।

ପରିଶେଷେ ଜଣାପଡେ ସତ୍ୟ ଜିତିଛି

ମିଥ୍ୟା ମୁହଁକୁ ଲୁଚାଇ ଦେଇ ଚଳୁଛି।।୭।

କେତେ ବଳିୟାନ ଅଟେ ସତ୍ୟର ବାକ୍ୟ

ମିଥ୍ୟାଟି ଜାଣିଣ ସତେ କରଇ ଶୋକ।।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational