STORYMIRROR

amarjit mallik

Inspirational

4  

amarjit mallik

Inspirational

ଜଗନ୍ନାଥଙ୍କୁ ପ୍ରଶ୍ନ

ଜଗନ୍ନାଥଙ୍କୁ ପ୍ରଶ୍ନ

1 min
334


ଚିଠିଟି ଲେଖୁଛି

ତୁମରି ପାଖକୁ

ଉତ୍ତରତ ମତେ ଦେବ

ମୋ ଚିଠି ପଢିକି

ଉତ୍ତର ନଦେଲେ

କଟିଯିବ ଆମ ଭାବ।


ପ୍ରଥମ ପଶନ

ପଚାରେ ତୁମକୁ

ଆହେ ଭାବଗ୍ରାହୀ ଶୁଣ

ଶରିର ଏମିତି

କାହିଁକି ଗଢିଲ

ଶୁଣିବାକୁ ନାହିଁ କର୍ଣ୍ଣ।


ଦ୍ଵିତୀୟ ପଶନ

ପଚାରେ ତୁମକୁ

ଯାହା ଶୁଣିଅଛି ସତ

କାହିଁକି ଗଢିଲ

ନିଜକୁ ନିଜେତ

ରଖିଲନି ଗୋଡ଼ ହାତ।


ତୃତୀୟ ପଶନ 

ପଚାରେ ତୁମକୁ

ଆହେ ପ୍ରଭୁ ଚକାଆଖି

କାହିଁକି ଗଢିଲ

ନିଜର ମୁଖକୁ

ସଂସାରର କଳା ମାଖି।


ଚତୁର୍ଥ ପଶନ

ପଚାରେ ତୁମକୁ

ତୁମର ଏ କେଉଁ ଲୀଳା

ଅଧରେ ତୁମର

ନାଲି ହସ ଅଛି

ରଖିଲନି କାହିଁ ଡୋଳା ।


ମୋ ପଶନ ଶୁଣି

ଉତ୍ତର ତ ଦେବ

ଆହେ ପ୍ରଭୁ ଦୀନନାଥ

ମୁଁ କିଛି ଜାଣିନି

ଜଣେଇତ ଦେବ

ହୋଇଯିବ ମୋର ଜ୍ଞାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational