STORYMIRROR

amarjit mallik

Inspirational

3  

amarjit mallik

Inspirational

"ମାଆ" "ବାପା"

"ମାଆ" "ବାପା"

1 min
20

କବିତା ଶିକ୍ଷକ:-- "ମା" "ବାପା" ମନ୍ଦିରେ ଠାକୁର କବି:-- ଅମରଜିତ୍ ମଲ୍ଲିକ୍ ®©®®®®®®®®®®®®®®®®®
ମାଆ ମନ୍ଦିର ମୋ
 ବାପା ଦେବତାରେ
 ଜାଉଥିବି ପୂଜୁ ଥିବି
 ଯେତେ ଅନାଦର
କରପଛେ ତୁମେ
ତୁମ ସଙ୍ଗେ ସଦା ଥିବି।।୧।
ପିଲାଗୁଡା ସବୁ
 ଭକତ ପରି ଯେ
 ଦିବା ନିଶି ଭୁଲ୍ କରେ
 ସେମାନଙ୍କୁ ସଦା
 କୋଳ କରି ନିଅ
 ପିଲାଏ ସଦାତ ଝୁରେ।।୨।
ମାଆ ମନ୍ଦିରର
 ଭିତରେ ପଶିଲେ
 ଶାନ୍ତି କେତେ ମିଳିଥାଏ
 ବାପା ଦେବତାର
 ଶରଣ ପଶିଲେ
 ମାରିଥାଏ ତାରିଥାଏ।।୩।
ମାଆର ପାଖରେ
 ଶାନ୍ତି ମିଳିଥାଏ
 ତା ପଣତ ମୁଣ୍ଡେ ବାଜି
 ଡରରେ କୁଆଡ଼େ
 ଲୁଚିଗଲେ ମୁହିଁ
 ବାପା ଥକାପଣେ ଖୋଜି।।୪।
 ସେମାନଙ୍କ ଋଣ
 ଶୁଝି ହେବନାହିଁ
 ଦୁନିଆରେ ପୁଣି କେବେ
 ପୁଜୁଥାଅ ନିତ୍ୟ
 ମନ୍ଦିରେ ଦେବତା
 ଖୁସିରେ ରହିବ ସର୍ବେ।।୫।
 
              ନୁଆମଙ୍ଗରାଜପୁର
                 ବଡ଼ମ୍ବା, କଟକ


Rate this content
Log in

Similar oriya poem from Inspirational