STORYMIRROR

Tushar Kanta Prasad

Tragedy

3  

Tushar Kanta Prasad

Tragedy

ସ୍ବାର୍ଥେ ଅନ୍ଧ...

ସ୍ବାର୍ଥେ ଅନ୍ଧ...

1 min
169

ଦେଖ ଏ ଯୁଗରେ ସଂଘର୍ଷ ଚାଲିଛି,

ଭାଇ, ଭାଇ ମଧ୍ୟେ କଳି।

ସ୍ନେହ ମମତାର ସତେ ନାହିଁ ମୂଲ୍ୟ,

ସ୍ବାର୍ଥପରତାରେ ଜଳି।।


ପୁତ୍ର ପାଇଁ ପିତା ମାତା ଯେ ଅଲୋଡା,

ବୃଦ୍ଧାଶ୍ରମ ଲୋଡା ହୁଏ।

ପରିଚୟ ଯିଏ ଦେଲେ ଏ ସଂସାରେ,

ସଂସାରୁ ବାସନ୍ଦ ସିଏ।।


ସଂଘର୍ଷ କରୁଛି ଆଜିର ମଣିଷ,

ଆପଣା ସ୍ବାର୍ଥକୁ ଦେଖି।

ଭୁଲି ବସିଅଛି ସମ୍ପର୍କ ମହତ୍ତ୍ବ,

ବିବେକକୁ ବନ୍ଧା ରଖି।।


ଶାନ୍ତି, ସମନ୍ଵୟ ଭାବନା ହୃଦୟେ,

କେମିତି କରିବ ଘର।

ଇର୍ଷା, ଦ୍ବେଷ ଭାବ ପଥେ ଅଗ୍ରସର,

ଗର୍ବ ପରା ଗଳା ହାର।।


କଳହ କଳାରେ ସର୍ବେ ପାରଙ୍ଗମ,

ହଜିଛି ଜ୍ଞାନର ମୁଣି।

ଧାନ କିଆରି ରେ ବାଳୁଙ୍ଗା ଫସଲ,

ବୀଜ କିଏ ଦେଲା ବୁଣି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy